Only for Entertainment

ଗ୍ରୀଷ୍ମଦିନ ପାଇଁ ଆପଣ ମଧ୍ୟ କରୁଛନ୍ତି ଏହି ଭୁଲ?

dailymail.co.uk
29

ଖରାଦିନ ଆସିବା ମାତ୍ରେ ଥଣ୍ଡା ମୃଦୁପାନୀୟ ପିଇବା ଆରମ୍ଭ ହୋଇଯାଏ । କିନ୍ତୁ ଏହା ଶରୀର ପାଇଁ କେତେ କ୍ଷତିକାରକ ତାହା ଉପରେ କେହି ନଜର ପକାନ୍ତି ନାହିଁ ।

ପ୍ରତିଦିନ ମୃଦୁପାନୀୟ ପିଉଥିଲେ ସତର୍କ ହୋଇ ଯାଆନ୍ତୁ । କାରଣ ଏଥିରେ ଥିବା ଚିନିର ମାତ୍ରା ଶରୀର ଭିତରକୁ ଯାଇ ଟାଇପ୍‌-୨ ମଧୁମେହ ରୋଗ ସୃଷ୍ଟି କରିଥାଏ ।

୬୦୦ମିଲିଲିଟର ସୋଡାରେ ୨୪୦କ୍ୟାଲୋରୀ ସହ ଚିନି ମଧ୍ୟ ଅଧିକ ମାତ୍ରରେ ରହିଥାଏ । ଯାହା ମୋଟାପଣର କାରଣ ବନି ଯାଇଥାଏ । ପ୍ରତିଦିନ ଗୋଟେ କେନ୍‌ ମୃଦୁପାନୀୟ ପିଇବା ଦ୍ୱାରା ବର୍ଷକ ମଧ୍ୟରେ ୬କିଲୋ ଓଜନ ବଢ଼ିଥାଏ ।

ଅଧିକ ସୋଡା ପିଇବା ଦ୍ୱାରା ଶରୀରରେ ଏସିଡ୍‌ ସ୍ତର ବଢ଼ି ଯାଇଥାଏ । ଯାହାର ପ୍ରଭାବ ଶରୀର ସହ ଦାନ୍ତ ଉପରେ ମଧ୍ୟ ପଡ଼ିଥାଏ । ଯାହାଦ୍ୱାରା ଦାନ୍ତ ପୋକ କାଟିବା, ଦୁର୍ଗନ୍ଧ ବାହାରିବା ଭଳି ସମସ୍ୟା ଦେଖା ଯାଇଥାଏ ।

ମୃଦୁପାନୀୟରେ ଏସିଡିକ୍‌ ଲିକ୍ୟୁଡ୍‌ ଏବଂ ଫସ୍ଫୋରିକ୍‌ ଏସିଡ୍‌ ରହିଥାଏ । ଯାହା ବଡି ସିଷ୍ଟମକୁ କିଛି ସମୟ ପାଇଁ ଅଟକାଇ ଦେବା ସହ କିଡ୍‌ନୀ ଉପରେ ପ୍ରଭାବ ପକାଇଥାଏ । ଅନେକ ସମୟରେ କିଡ୍‌ନୀରେ ଷ୍ଟୋନ୍‌ ହେବାର ସମସ୍ୟା ମଧ୍ୟ ଦେଖା ଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More