ଆପଣଙ୍କୁ ମଧ୍ୟ ନିଦ ହେଉନାହିଁକି,ଜାଣନ୍ତୁ କାରଣ ଏବଂ ଉପଚାର ।
ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ନିଦ୍ରାହୀନତା ବେଶୀ ମାତ୍ରାରେ ଦେଖାଯାଉଛି। ସ୍ବାସ୍ଥ୍ୟ ଭଲ ରହିବା ପାଇଁ ନିଦ୍ରା ଏକାନ୍ତ ଆବଶ୍ୟକ। ନିଦ୍ରା ଯଥେଷ୍ଟ ନ ହେଲେ ହୃଦରୋଗ ହେବାର ସମ୍ଭାବନା ଥାଏ। ମଧୁମେହ, ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ଆକ୍ରାନ୍ତ ଲୋକଙ୍କ ପାଇଁ ନିଦ୍ରାହୀନତା ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ। ଉଚିତ ମାତ୍ରାରେ ଖାଦ୍ୟ ଗ୍ରହଣ ନ କରିଲେ ଠିକ ଭାବେ ନିଦ ହୁଏ ନାହିଁ। ଯଦି ଠିକ ସମୟରେ ନ ଖାଆନ୍ତି, ତେବେ ଶରୀରରେ ଗ୍ଲୁକୋଜ ବଦଳରେ ଶରୀରରେ ଥିବା ଫ୍ୟାଟକୁ ବର୍ଣ୍ଣ କରି ଶକ୍ତି ଦେଇଥାଏ। ଏଥିପାଇଁ ଇନସୁଲିନ ସ୍ତର ହ୍ରାସ ପାଇଥାଏ ଓ ରେକିସିନ ନାମକ ହରମୋନ ସ୍ରାବ ବଢିଯାଏ। ଫଳରେ ନିଦ ହୋଇ ନ ଥାଏ। ଏକ ଗବେଷଣାରୁ ଜଣାପଡିଛି, ପ୍ରତ୍ୟେକ ଦିନ ସକାଳୁ ଏବଂ ଶୋଇବା ପୂର୍ବରୁ ଚେରି ଜୁସ୍ ପିଇବା ଦ୍ୱାରା ଆପଣଙ୍କୁ ଭଲ ନିଦ ଆସିବ। କାରଣ ଚେରି ଜୁସ୍ ଆପଣଙ୍କ ନିଦକୁ ଘଣ୍ଟେରୁ ଦୁଇ ଘଣ୍ଟା ବୃଦ୍ଧି କରିପାରିବ। ୫୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଚେରି ଜୁସ୍ ଲାଭଦାୟକ। ଏହାଛଡାଶୋଇବା ପୂର୍ବରୁ ଆଲ୍ମଣ୍ଡ୍, କ୍ୟାମୋରାଇଲ୍ ଚା’, ମହୁ ଏବଂ ଦୁଗ୍ଧ ଖାଇଲେ ଶୀଘ୍ର ନିଦ ଆସେ।