Only for Entertainment

ବିବାହ ନ ହୋଇ ପାରିବା ପଛରେ ରହିଥାଏ ବାସ୍ତୁ ଦୋଷ

160

ଆପଣଙ୍କ ଘରେ ଏପରି କିଛି ଜିନିଷ ରହିଛି, ଯାହା ଆପଣଙ୍କ ଘରର ବାସ୍ତୁ ଦୋଷର କରାଣ ହେବା ସହିତ ଭବିଷ୍ୟତକୁ ଅନ୍ଧାର କରିଥାଏ। ଯଦି ସେ ସବୁକୁ ଆପଣ ଠିକ୍‌ କରିପାରିବେ, ତେବେ ଆପଣଙ୍କ ଜୀବନରୁ ସମସ୍ତ ସମସ୍ୟା ଦୂରେଇ ଯିବ। ତେବେ ଆସନ୍ତୁ ଜାଣିବା ଏଥିପ୍ରତି କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍‌।

ଯଦି କୌଣସି ରାସ୍ତା ଆପଣଙ୍କ ଘର ପାଖ ଲାଗି ଯାଇଥାଏ ତେବେ ଏହାକୁ ଅଶୁଭ ଧରାଯାଇଥାଏ ।

ଯଦି କେହି ବିବାହ ପାଇଁ ଦେଖିବାକୁ ଆସିଥାନ୍ତି ତେବେ ଏପରି ବସନ୍ତୁ ଯେପରି ଆପଣଙ୍କ ମୁହଁ ଉତ୍ତର ଦିଗକୁ ରହୁଥିବ ।

ବିବାହ ଯୋଗ୍ୟ ଯୁବକ-ଯୁବତୀଙ୍କ ରୁମ୍‌ର କାନ୍ଥରେ ସୁନ୍ଦର ଚିତ୍ର ଲଗାନ୍ତୁ । ହେଲେ ଧ୍ୟାନ ରଖନ୍ତୁ ଯେ କାନ୍ଦୁଥିବା ଶିଶୁ ଏବଂ ଅସ୍ତ ହେଉଥିବା ସୂର୍ଯ୍ୟର ଚିତ୍ର କେବେହେଲେ ବି ଲଗାନ୍ତୁନାହିଁ ।

ଯଦି ଆପଣ ପ୍ରେମ ବିବାହ କରିବାକୁ ସ୍ଥିର କରିଛନ୍ତି, ରାତିରେ ଖରାପ ସ୍ୱପ୍ନ ଏବଂ ବିଚାର ଆସୁଥାଏ ତେବେ ଶୋଇବାବେଳେ ତକିଆ ତଳେ ଛୁରୀ ଅଥବା କଇଁଚି ରଖନ୍ତୁ ।

ଘରର ମୁଖ୍ୟ ଦ୍ୱାରରେ ଦର୍ପଣ ଲଗାନ୍ତୁନାହିଁ । ଏହାଦ୍ୱାରା ବୈବାହିକ ଜୀବନରେ ଭଲ ଜୀବନ ସାଥୀଟିଏ ମିଳିବା ପୂର୍ବରୁ ହିଁ ଫେରିଯାଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More