Only for Entertainment

ଆପଣ ମଧ୍ୟ ଠାକୁର ଘରେ ରଖୁଛନ୍ତି କି ପିତୃପୁରୁଷଙ୍କ ଫଟୋ?

daily bhaskar
59

ବାସ୍ତୁଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କ ଫଟୋକୁ ଆମେ ଘରର ଏମିତି କିଛି ଜାଗାରେ ଲଗାଇଥାଉ, ଯାହା ପରିବାର ଉପରେ ନକାରାତ୍ମକ ପ୍ରଭାବ ପକାଏ। ତେବେ ଆସନ୍ତୁ ଜାଣିବା ଘରର କେଉଁ ଜାଗାରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ ।

ବାସ୍ତୁଶାସ୍ତ୍ର ଅନୁସାରେ, ଘରର ମଝି ଭାଗରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ ନୁହେଁ । ଏହା ଦ୍ୱାରା ସେମାନଙ୍କୁ ଅସମ୍ମାନ ହୋଇଥାଏ, ଯାହାର କୁପ୍ରଭାବ ପରିବାର ଉପରେ ପଡ଼ିଥାଏ ଏବଂ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଉତ୍ତର ଭାଗରେ ଗୋଟିଏ ସ୍ଥାନକୁ ସ୍ୱଚ୍ଛ ଓ ପବିତ୍ର କରି ପିତୃପୁରୁଷଙ୍କ ଫଟୋ ଲଗାନ୍ତୁ । ଏହା ସେମାନଙ୍କ ଆତ୍ମାକୁ ଶାନ୍ତି ଦେଇଥାଏ ଏବଂ ଏହାଦ୍ୱାରା ପୂର୍ବ ପୁରୁଷଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିଥାଏ।

 ବିଶେଷ କରି ପୂଜା ଘରେ ପିତୃପୁରୁଷଙ୍କ ଫଟୋ ଲଗାନ୍ତୁ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ, ପୂଜା ଘରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଦ୍ଵାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଓ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳି ନ ଥାଏ ।

ମନେ ରଖନ୍ତୁ, ବାସ୍ତୁ ଅନୁସାରେ ପିତୃପୁରୁଷଙ୍କ ଫଟୋକୁ ଧୂପ ଦୀପ ଦେଇ ପୂଜା କରନ୍ତୁ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More