Only for Entertainment

ବିଷାଦରୁ ମୁକ୍ତି ଚାହୁଛନ୍ତି ତ ଆପଣାନ୍ତୁ ଏହି ଉପାୟ ।

all4women
0 44

ଜୀବନ ଅଛି ତ ସଂଘର୍ଷ ଅଛି ,ଯେମିତି ଦିନ ପରେ ରାତି ଆସିଥାଏ ଠିକ୍‌ ସେହିପରି ସୁଖ ଆଉ ଦୁଃଖ ମଧ୍ୟ ମଣିଷ ଜୀବନକୁ ଆସିଥାଏ।ତେବେ ଆପଣ ଏହା ମଧ୍ୟ ଲକ୍ଷ୍ୟ କରିଥିବେ ଯେ,ଆପଣ ଏମିତି ଅନେକ ସମୟରେ ଅପ୍‌ସେଟ୍‌ ରହିଥା’ନ୍ତି ଓ ନିଜକୁ ଏକୁଟିଆ ବୋଲି ମନେକରନ୍ତି, ଯେଉଁ ସମୟରେ କି ଆପଣଙ୍କୁ ଅନ୍ୟ ଆଗରେ ମନର କଥାକୁ ପ୍ରକାଶ କରିବାକୁ ଇଛା ହୋଇଥାଏ। ହେଲେ ସେହି ସମୟରେ ଆପଣଙ୍କ ପାଖରେ କେହି ନଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏପରି କଛି ଉପାୟ ବିଷୟରେ କହିବୁ। ଯଦି ଆପଣ ତାହାର ଉପଯୋଗ କରିବେ ,ତେବେ ଆପଣମାନେ ତାହାର ଫରକ୍‌ ଜାଣିପାରିବେ।
ଆସନ୍ତୁ ଜାଣିବା ମନକୁ ହାଲ୍‌କା କରିବାର ଉପାୟ ବିଷୟରେ!

୧-ମନକୁ ହାଲ୍‌କା କରିବାକୁ ହେଲେ ପ୍ରଥମତଃ ଆପଣ ଡାଏରିର ସହୟତା ନିଅନ୍ତୁ ଅର୍ଥାତ୍‌ ପ୍ରତ୍ୟେକ ଦିନ ଡାଏରି ଲେଖନ୍ତୁ:-କାରଣ ବ୍ୟକ୍ତିର ମନ ତାହାର ଅସୁମାରୀ ସ୍ୱପ୍ନ ,ଆକାଂକ୍ଷା,ବିଶ୍ୱାସ ଓ ବିଚାରଆଦି ସବୁ ବାନ୍ଧି ରହିଥାଏ।ତେଣୁ ମନ ଏତେ ସବୁ ବୋଝ ବୋହୁଥିବାରୁ ମନକୁ ହାଲ୍‌କା ରଖିବା ଆମ ପାଇଁ ଜରୁରୀ ଅଟେ। ତେବେ ଅନେକ ସମୟରେ ଏହାମଧ୍ୟ ଦେଖାଯାଏ ଯେ ଆମେ ନିଜ ମନ କଥା ପ୍ରକାଶ କରିବାକୁ ସୁଯୋଗ ପାଇ ନ ଥାଉ।ଏହାଦ୍ୱାରା ଆମ ମନକୁ ଭାରି ଭାରି ଲାଗିଥାଏ।ଏହି ସମୟରେ ଆପଣ ଆପଣଙ୍କ ମନର ଭଲ ଓ ଖରାପ ସମୟକୁ ଡାଏରି ମଧ୍ୟରେ ଲେଖି ଦିଅନ୍ତୁ। ଦେଖିବେ ଆପଣଙ୍କ ମନକୁ କେତେ ହାଲ୍‌କା ଲାଗିବ।

୨-ଦ୍ୱିତୀୟତଃ ଆପଣ ଆପଣଙ୍କ ଖୁସିର ମୁହୂର୍ତ୍ତକୁ ଉଦଜୀବିତ କରନ୍ତୁ, ଯାହାକି ଆପଣଙ୍କୁ ଖୁସି ପ୍ରଦାନ କରିଥାଏ।

୩-ତୃତୀୟତଃ ଆପଣ ସୁସ୍ଥ ରୁହନ୍ତୁ। କାରଣ ବ୍ୟକ୍ତି ମନରେ କାହାପ୍ରତି ଘୃଣା ଓ କ୍ରୋଧ ଅଧିକ ଦିନ ପର୍ଯ୍ୟନ୍ତ ରହିଯିବା ଯୋଗୁଁ ତାହା ତାହାର ମନରେ ଅବସାଦ ଜାତ କରିଥାଏ।ଯାହାକି ତାହାର ଚିନ୍ତାକୁ ବଢ଼ାଇଥାଏ। ଏହାଠାରୁ ମନକୁ ଦୂରେଇ ରଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More