Only for Entertainment

S ଅକ୍ଷର ଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଆସନ୍ତୁ ଜାଣିବା !

53

ମଣିଷ ଜନ୍ମ ନେବା ବେଳେ ନିଜ ଭାଗ୍ୟ ରେଖା ନିଜ ହାତରେ ନେଇ ଆସିଥାଆନ୍ତି । ସେହି ଭାଗ୍ୟରେଖାକୁ ନେଇ ଜ୍ୟୋତିଷଶାସ୍ତ୍ର ଅନୁସାରେ ନାଁ ରଖାଯାଇଥାଏ । ତେବେ ନାଁ ର ପ୍ରଥମ ଅକ୍ଷର ଅନୁସାରେ ଆସନ୍ତୁ ଜାଣିବା ଏସ ଅକ୍ଷର ଥିବା ବ୍ୟକ୍ତିଙ୍କ ସ୍ୱଭାବ ।

ଜ୍ୟୋତିଷଙ୍କ ମତ ଅନୁସାରେ ଏସ୍ ଅକ୍ଷରରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତି ସବୁବେଳେ ସମସ୍ତ କ୍ଷେତ୍ରରେ ଆଗୁଆ ରହିବାକୁ ପସନ୍ଦ କରିଥାଆନ୍ତି । ଏହି ବ୍ୟକ୍ତି ସମସ୍ତ କ୍ଷେତ୍ରରେ ସଫଳତା ପାଇଥାନ୍ତି । ପ୍ରେମ କରିବାରେ ମଧ୍ୟ ମାହିର ହୋଇଥାନ୍ତି ଏହି ସ୍ୱଭାବର ବ୍ୟକ୍ତି। ଏପରି ବ୍ୟକ୍ତିତ୍ୱ ଖୁବ୍ ବିଶ୍ୱସ୍ତ । ମାତ୍ର ନିଜର ଭାବନାକୁ ସହଜରେ କାହାରିକୁ ପ୍ରକାଶ କରିନଥାନ୍ତି। ଏପରି ଗୁଣ ଯୋଗୁ ସେ ଅନେକ ସମୟରେ ମାନସିକ ଚିନ୍ତାର ଶିକାର ହୁଅନ୍ତି ।

ଏପରି ବ୍ୟକ୍ତି ଅନ୍ୟ ସୁଖଦୁଃଖରେ ନିଜକୁ ସାମିଲ କରିବାକୁ ଭୁଲନ୍ତି ନାହିଁ । ଅପରପକ୍ଷରେ ଏମାନେ ବଦରାଗି। ସହଜରେ ରାଗ ଉପରେ ନିୟନ୍ତ୍ରଣ ରଖି ପାରନ୍ତି ନାହିଁ। କ୍ୟାରିୟର ପ୍ରସଙ୍ଗରେ ଭବିଷ୍ୟତକୁ ନେଇ ଏମାନେ ଖୁବ ସଚେତନ ରୁହନ୍ତି । ବିଶେଷକରି ବ୍ୟବସାୟ ଓ ରାଜନୀତି କ୍ଷେତ୍ରରେ ଏପରି ବ୍ୟକ୍ତି ସଫଳତା ପାଇଥାନ୍ତି। ନିଜ ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରନ୍ତି। ଏପରି ଲୋକ ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବାର ମନୋବୃତ୍ତି ରଖିଥାନ୍ତି। ତାଙ୍କ ମନରେ ଆତ୍ମବିଶ୍ୱାସ ଭରି ରହିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More