Only for Entertainment

ରିଲିଜ ହେଲା ‘ଇକ ଲଡକୀ କୋ ଦେଖା ତୋ ଐସା ଲଗା’ ଫିଲ୍ମର ଗୀତ ‘ଗୂଡ଼ମର୍ଣ୍ଣିଂ’

36

ଏକ ନିଆରା ପ୍ରେମ-କାହାଣୀକୁ ନେଇ ବଲିଉଡରେ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ‘ଇକ ଲଡକି କୋ ଦେଖା ତୋ ଐସା ଲଗା’ । ସିନେମାରେ ଅଭିନେତା ରାଜ କୁମାର୍ ରାଓ ଓ ଅଭିନେତ୍ରୀ ସୋନମ୍ କପୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହାସହ ଫିଲ୍ମରେ ସୋନମଙ୍କ ରିୟଲ୍ ଲାଇଫ୍ ଫାଦର୍ ଅନୀଲ କପୁରଙ୍କ ତାଙ୍କ ବାପାଙ୍କ ଚରିତ୍ରରେ ଦେଖିବାକୁ ମିଳିବ । ଏହି ଅପକମିଂ ସିନେମାର ଏକ ମସ୍ତି ଭରା ଗୀତ ‘ଗୁଡ୍ ମର୍ଣ୍ଣିଂ’ ମୁକ୍ତିଲାଭ କରିଛି ।

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ରୋମାଂଟିକ୍ – ଡ୍ରାମା ଫିଲ୍ମ ‘ଇକ ଲଡକି କୋ ଦେଖା ତୋ ଐସା ଲଗା’ର ମସ୍ତି ଭରା ସଙ୍ଗ୍ ‘ଗୁଡ୍ ମର୍ଣ୍ଣିଂ’ । ଗୀତରେ ରହିଛି ହୋଲ୍ ଫ୍ୟାମିଲିର ଗୁଡ୍ ମର୍ଣ୍ଣିଂ ଡ୍ୟାନ୍ସ ।

ଅଭିନେତା ରାଜକୁମାର୍ ରାଓ, ଅନୀଲ୍ କପୁର୍, ସୋନମ୍ କପୁର୍ ସଭିଁଏ ଗୀତରେ ମସ୍ତି କରିବାରେ ଆସିଛନ୍ତି ନଜର । ଏହି ଜବରଦସ୍ତ ବିଶାଲ୍ ଦଦ୍ଲାନି ଏବଂ ସାନୋନ୍ । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ରୋଚକ କୋହଲି । ଏବଂ ଏହି ମସ୍ତି ଭରା ଗୀତରେ ଲିରିକ୍ସର ଭାର ତୁଲାଇଛନ୍ତି ଗୁରପ୍ରିତ୍ ସାହାଣୀ । ବିଧୁ ବିନୋଦ ଚୋପ୍ରା ଓ ଫକ୍ସ ଷ୍ଟାର୍ ଷ୍ଟୁଡିଓଜ୍ ବ୍ୟାନର୍ରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ଇକ୍ ଲଡକି କୋ ଦେଖା ତୋ ଏସା ଲଗା’ ଏକ ନିଆରା ପ୍ରେମକାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଚଳଚ୍ଚିତ୍ରରେ ଅନୀଲ୍ କପୁର, ଜୁହି ଚାୱଲା, ସୋନମ୍ କପୁର୍ ଏବଂ ରାଜକୁମାର୍ ରାଓଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ଅନୀଲ କପୁର୍, ସୋନମଙ୍କ ବାପା ଭୂମିକାରେ ଆସିବେ ନଜର । ଫେବୃୟାରୀ ୧ରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଇକ୍ ଲଡକି କୋ ଦେଖା ତୋ ଏସା ଲଗା’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More