Only for Entertainment

ରାଗିଗଲେ ଇଲିଆନା ! ସାମ୍ବାଦିକଙ୍କୁ କଲେ ଗାଳି !

amar ujala
0 58

ଅଜୟ ଦେବଗନ ଇଲିଆନାଙ୍କ ଅଭିନୀତ ଫିଲ୍ମ ‘ରେଡ’ ୧୬ମାର୍ଚ୍ଚରେ ରିଲିଜ ହେବାକୁ ଯାଉଅଛି । ତେଣୁ ଏବେ ଦୁହେଁ ଫିଲ୍ମର ପ୍ରମୋସନକୁ ନେଇ ଅତ୍ୟନ୍ତ ବ୍ୟସ୍ତ ରହୁଛନ୍ତି । ପ୍ରମୋସନ ସମୟରେ କିଛି ଏଭଳି ହୋଇଥିଲା ଯାହାଫଳରେ ଇଲିଆନା ଖୁବ ରାଗି ଯାଇଥିଲେ । କଥା ହେଲା ରେଡ ଫିଲ୍ମର ଷ୍ଟାର ଗଣମାଧ୍ୟମରେ କଥାବାର୍ତ୍ତା ପାଇଁ ଯାଇଥିଲେ । ସେଠାରେ ଜଣେ ସାମ୍ବଦିକ ସବୁ ଷ୍ଟାରଙ୍କର ପରିଚୟ ପ୍ରଦାନ କରିଥିଲେ । ଯେଉଁଠି ଅଜୟ ଦେବଗନଙ୍କୁ ସୁପରଷ୍ଟାର କୁହାଯାଇଥିଲା ସେଠାରେ ଇଲିଆନା ଷ୍ଟାର ତ ଦୂର କଥା ତାଙ୍କ ସରନେମ ମଧ୍ୟ ଭୂଲ କୁହାଯାଇଥିଲା ।

ସେହି ସାମ୍ବାଦିକ ଜଣକ ଇଲିଆନା ଡିସୁଜା ବୋଲି ପରିଚୟ ଦେଇଥିବାରୁ ଇଲିଆନା ରାଗି ଯାଇଥିଲେ । ଏଭଳି ସାମ୍ବାଦିକ ଜଣକ ବାରମ୍ବାର କହିବାରୁ ଇଲିଆନା ତାଙ୍କୁ ବହୁତ ଶୁଣାଇଥିଲେ ଏବଂ କହିଥିଲେ ଘରେ ଯାଇ ପ୍ରଥମେ ହୋମୱାର୍କ କରି ଆସିବାକୁ କହିଥିଲେ । କାହାର ନା’କୁ ଏପରି ମିଶାଇ କହିବା ଦ୍ୱାରା ସାମ୍ନା ଲୋକଙ୍କୁ ଖରାପ ଅନୁଭବ ହୋଇଥାଏ ।

‘ରେଡ’ଫିଲ୍ମ ରାଜକୁମାର ଗୁପ୍ତା ନିର୍ଦ୍ଧେଶନା ଦେଉଛନ୍ତି । ସେ ଆଗରୁ ‘ନୋ ୱାନ କିଲ୍ଡ ଜେସିକା’ର ମଧ୍ୟ ନିର୍ଦ୍ଧେଶକ ଥିଲେ । ଫିଲ୍ମ ନିର୍ମାତାଙ୍କର ଏହା ଦାବି ଅଟେ ଯେ ଏହା ପ୍ରଥମ ଫିଲ୍ମ ଯାହା ଇନକମ ଟ୍ୟାକ୍ସ ଉପରେ ଆଧାରିତ ଅଟେ । ଫିଲ୍ମ କାହାଣୀ ୧୯୮୦ମସିହାର ହୋଇଥିବା ହାଇ ପ୍ରୋଫାଇଲ ଇନକମ ଟ୍ୟାକ୍ସ ରେଡ ସହ ଜଡିତ । ଏହି ଫିଲ୍ମ ୧୬ମାର୍ଚ୍ଚ ୨୦୧୮ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More