Only for Entertainment

ଅଭିନେତ୍ରୀ ନୁହେଁ ବରଂ ଏହି ବୃତ୍ତିରେ ରୁଚି ରଖିଥିଲେ ଇଲିୟାନା

deccan chronicle
32

ବଲିଉଡ୍‌ ଓ ଟଲିଉଡ୍‌ ଇଣ୍ଡଷ୍ଟ୍ରିରେ ଖୁବ୍‌ ଲୋକପ୍ରିୟ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍‌ । ନିଜ ଅଭିନୟ ଜରିଆରେ ସେ ପ୍ରଥମେ ଟଲିଉଡ୍‌ ଇଣ୍ଡଷ୍ଟ୍ରୀରେ ରାଜ୍‌ କରିବା ପରେ ବଲିଉଡ୍‌ରେ ପାଦ ରଖିଥିଲେ । ଯାହା ପରେ ତାଙ୍କୁ ବଲିଉଡ୍‌ରେ ମଧ୍ୟ ସଫଳତା ମିଳିଥିଲା । ତେବେ ଏତେ ସଫଳତା ପରେ ମଧ୍ୟ ଇଲିଆନା ଆରମ୍ଭରୁ ଜଣେ ଅଭିନେତ୍ରୀ ହେବାକୁ ଚାହୁଁ ନଥିବା କଥା କହିଛନ୍ତି ।

 

‘ଦ ଲଭ ଲାଫ୍‌ ଲିଭ୍‌’ ସୋ’ରେ ପହଞ୍ଚି ସେ ଅଭିନେତ୍ରୀ ଶିବାନୀ ଦାଣ୍ଡେକରଙ୍କୁ ସାକ୍ଷାତକାର ଦେଇଥିଲେ । ସେଠାରେ ସେ ଦୁର୍ଘଟଣାବଶତଃ ଅଭିନେତ୍ରୀ ବନିଥିବା କଥା କହିଥିଲେ । ଅଭିନେତ୍ରୀ ନ ହୋଇଥିଲେ କେଉଁ ପେସାରେ କ୍ୟାରିୟର ଗଢ଼ିଥାନ୍ତ ବୋଲି ପଚରାଯିବା ପରେ ସେ ଜଣେ କଣ୍ଠଶିଳ୍ପୀ ହୋଇଥାନ୍ତେ ବୋଲି କହିଥିଲେ । ଏହା ସହ କେଉଁ ୩ଜଣ କଳାକାରଙ୍କ ସହ କାମ କରିବାକୁ ଚାହଁ ବୋଲି ପଚରାଯିବା ପରେ ସେ ବରୁଣ ଧଓ୍ଵନ, ଅର୍ସଦ ଓ୍ଵରସି ଓ ନର୍‌ଗିସ୍‌ ଫକରୀଙ୍କ ନାଁ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More