Only for Entertainment

ଏହି ଗାଁରେ ଦିନରେ ନାଇଟି ପିନ୍ଧିବା ମନା ! ଲାଗିବ ମୋଟା ଅଙ୍କର ଜରିମାନା

india times
29

ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାର ଏକ ଗାଁରେ ମହିଳାମାନଙ୍କୁ ଦିନବେଳା ନାଇଟି ପିନ୍ଧିବା ଉପରେ କଟକଣା ଲଗାଯାଇଛି । ଏହି ନିର୍ଦ୍ଦେଶକୁ ଗାଁର କିଛି ବରିଷ୍ଠ ଲୋକଙ୍କ ଦ୍ୱାରା ଦିଆଯାଇଛି । ବୟୋବୃଦ୍ଧଙ୍କ ନିଷ୍ପତି ସ୍ପଷ୍ଟ ଭାବରେ କୁହାଯାଇଛି କି, ନାଇଟିକୁ କେବଳ ରାତିରେ ପିନ୍ଧିବାକୁ ବନାଯାଇଛି । ଏଥିପାଇଁ ସେମାନେ ନାଇଟିକୁ କେବଳ ରାତି ସମୟରେ ହିଁ ପିନ୍ଧିବା ଉଚିତ ।

ସୂଚନା ମୁତାବକ, ତୋକାଲାପଲ୍ଲୀ ଗାାଁରେ ୯ଜଣ ସଦସ୍ୟଙ୍କୁ ନେଇ ଗଠିତ ଏକ ସମିତିରେ ଏଭଳି ନିଷ୍ପତି ନିଆଯାଇଛି । ଯେଉଁଥିରେ ଏହା ସୁନିଶ୍ଚିତ କରାଯାଇଛି କି. ଗାଁରେ ରହୁଥିବା ମହିଳାମାନଙ୍କ ମଧ୍ୟରୁ ଜଣିଏ ହେଲେବି ମହିଳା ଏହି ଆଦେଶର ଉଲ୍ଲଂଘନ କରିପାରିବେ ନାହିଁ । ଯଦି କୌଣସି ମହିଳା ସକାଳ ୭ଟାରୁ ସନ୍ଧ୍ୟା ୭ଟା ଭିତରେ ନାଇଟି ପିନ୍ଧି ଥିବାର ନଜର ଆସନ୍ତି ତେବେ ତାଙ୍କୁ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।

pic2

ଏହାଛଡା ଯଦି କେହି ଏହି ନିର୍ଦ୍ଦେଶର ଉଲ୍ଲଂଘନ କରିଥିବା ମହିଳାଙ୍କ ସଂପର୍କରେ ସୂଚନା ଦିଅନ୍ତି ତେବେ ତାଙ୍କୁ ପୁରସ୍କାର ସ୍ୱରୂପ ୧୦୦୦ଟଙ୍କା ଦିଆଯିବ । ତୋକାଲାପଲ୍ଲୀ ଗାଁର କିଛି ଗାଁଲୋକଙ୍କର କହିବା କଥା ହେଲା, ବୟୋବୃଦ୍ଧମାନେ ତାଙ୍କୁ ଦୋଷୀ ସାବ୍ୟସ୍ତ ହେଲେ ସାମାଜିକ ବହିଷ୍କାର କରିବାର ଧମକ ଦେଇଛନ୍ତି । ସେହିପରି ଏସଂପର୍କରେ କେହି କୌଣସି ସରକାରୀ ଅଧିକାରୀଙ୍କୁ ନଜଣାଇବା ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି ।

ଗାଁର ସରପଂଚଙ୍କ କହିବା ଅନୁସାରେ, ଖୋଲାରେ କପଡା ସଫା କରିବା, ନାଇଟି ପିନ୍ଧି ଦୋକାନ ଯିବା କିମ୍ବା କୌଣସି ସଭା ସମିତିରେ ସାମିଲ ହେବା ଉଚିତ ନୁହେଁ । ସେ କହିଛନ୍ତି କି, ଏସଂପର୍କରେ ଗାଁର କିଛି ମହିଳା ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ବୟୋବୃଦ୍ଧଙ୍କ ନିକଟରେ ଦାବି କରିଥିଲେ । ତେବେ ଏଥିରେ କୌଣସି ପ୍ରକରାରର ପ୍ରତିବନ୍ଧକ ଲଗାଇବାକୁ କିମ୍ବା ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସାମାଜିକ ବାସନ୍ଦ କରାଯିବା କଥାକୁ ଖଣ୍ଡନ କରିଛନ୍ତି ତୋକାଲାପଲ୍ଲୀ ଗାଁର ସରପଂଚ ।

ଏଠାରେ ଆମେ କହି ରଖୁଛୁ କି, ଏହି ନିର୍ଦ୍ଦେଶ ପାଖାପାଖି ୯ ମାସ ପୁରୁଣାର. ହେଲେ କିଛି ଦିନ ହେଲା ଏହି ଖବରଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେଉଛି । ତେବେ ଘଟଣାଟି ପ୍ରଘଟ ହେବା ପରେ ରାଜସ୍ୱ ଅଧିକାରୀମାନେ ମାମଲାଟିର ଯାଂଚ ପାଇଁ ତୋକାଲାପଲ୍ଲୀ ଗସ୍ତ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More