Only for Entertainment

ଜମିବ ‘ସ୍ୱରାଜ-ଶିବାନୀ’ଙ୍କ ଯୋଡି, ପରଦାରେ ଏକାଠି ଆସିବେ ନଜର

odishain
26

ଖୁବଶୀଘ୍ର ଓଲିଉଡ୍ ପରଦାରେ ଏକାଠି ନଜର ଆସିବେ ୟଙ୍ଗ ଷ୍ଟାର୍ ସ୍ୱରାଜ ଓ ଶିବାନୀ । ଆଗରୁ ଶିଶୁ କଳାକାର ଭାବେ ପରଦାରେ ନଜର ଆସିଥିବା ଏହି ଦୁଇ ଷ୍ଟାର୍ଙ୍କୁ ପ୍ରଥମ ଥର ପାଇଁ ନାୟକ ଓ ନାୟିକା ଭାବେ ଦେଖିବାକୁ ମିଳିବ ଆଗାମୀ ଓଲିଉଡ୍ ଫିଲ୍ମ ‘ଦୀଲ୍ ମୋର ମାନେନା’ରେ । ଏହି ସିନେମାର ସୁଟିଂ ଏବେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରାଯାଉଛି । ଆଗରୁ ଚାଇଲ୍ଡ ଆର୍ଟିଷ୍ଟ ଭାବେ ଏକାଠି କାମ କରିଥିବା ଏହି ଦୁଇ କଳାକାର ପ୍ରଥମ ଥର ପାଇଁ ପରଦାରେ ରୋମାନ୍ସ କରିବାକୁ ଯାଉଥିବାରୁ ବେଶ ଏକ୍ସାଇଟେଡ୍ ଥିବା କହିଛନ୍ତି । ତେବେ ଅଭିନେତା ସ୍ୱରାଜଙ୍କ ଏହା ୪ର୍ଥ ସିନେମା ହୋଇଥିବାବେଳେ ଶିବାନୀଙ୍କ ଦ୍ୱିତୀୟ ଓଲିଉଡ୍ ଫିଲ୍ମ ହେବାକୁ ଯାଉଛି ।

SWARAJ

ରାକେଶ ବାପୁନଙ୍କ ପ୍ରଯୋଜନାରେ ଏହି ଅପକମିଂ ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ଚଣ୍ଡି ପରିଜା । ଫିଲ୍ମରେ ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ । ମା ତାରିଣୀ ଏଂଟରଟେନମେଂଟ୍ ବ୍ୟାନରରେ ପ୍ରସ୍ତୁତ ହେବାକୁ ଥିବା ଏହି ସିନେମାରେ ଅଭିନେତା ମିହିର୍ ଦାସ୍, ଅମର୍, ଗୁଡ୍ଡୁ ଆଦି କଳାକାରଙ୍କୁ ଦେଖିବାକୁ ମିଳିବ ।

ପ୍ରଥମ ଥର ପାଇଁ ସ୍ୱରାଜ – ଶିବାନୀଙ୍କ ରୋମାନ୍ସ ପରଦାରେ ଦେଖିବା ପାଇଁ ତାଙ୍କ ପ୍ରଶଂସକ ଚାହିଁ ବସିଛନ୍ତି । ଏହି ଯୋଡିଙ୍କୁ ଏକାଠି ଦର୍ଶକ ଏକ ପୁରଷ୍କାର ବିତରଣ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରିବାରେ ଦେଖିବାକୁ ପାଇଛନ୍ତି । ଏହାଛଡା ଦୁହିଁଙ୍କ ସୋସିଆଲ୍ ମିଡିଆ ପ୍ରୋଫାଇଲରେ ବି ଦୁହିଁଙ୍କ ଅନେକ ଫଟୋଗ୍ରାଫସ୍ ବି ଦେଖିବାକୁ ମିଳିଛି । ଆଉ ଏବେ ପରଦାରେ ବି ଏକାଠି ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More