Only for Entertainment

ଆତଙ୍କବାଦୀଙ୍କ ଉପରେ ବାୟୁସେନାର ଆକ୍ରମଣ ପରେ ଢାବା ମାଲିକ କଲେ ଏଭଳି ନିଆରା କାମ.. ।

punjab kasari
205

ଆତଙ୍କବାଦୀ କ୍ୟାମ୍ପ ଉପରେ ବାୟୁସେନାର ବୋମାମାଡ଼ ପରେ ସାରା ଦେଶର ଖୁସି କହିଲେ ନ ସରେ । ଇଟାର ଜୱାବ ପଥରରେ ଦିଆଯାଇଥିବା କହୁଛନ୍ତି ଜନତା । ତେବେ ଭାରତୀୟ ବାୟୁସେନା ପାକିସ୍ତାନ ଉପରେ ପ୍ରତିଶୋଧ ନେଇଛି ବୋଲି ଚାରିଆଡ଼େ ଚର୍ଚ୍ଚା । ଏହି ମଧ୍ୟରେ ସାମ୍ନାକୁ ଜଣେ ଢାବା ମାଲିକଙ୍କ କାହାଣୀ । ଆଜ୍ଞା ହଁ ଆକ୍ରମଣ ପରେ ଢାବା ମାଲିକ ଏତେ ଖୁସି ହୋଇଯାଇଛନ୍ତିଯେ ଗୋଟିଏ ଦିନ ପାଇଁ ସେ ତାଙ୍କ ଢାବାରେ ଖାଦ୍ୟ ସମସ୍ତଙ୍କୁ ମାଗଣାରେ ଦେଇଦେଲେ ।

ଢାବା ମାଲିକ ସନିଙ୍କ କହିବା ଅନୁସାରେ ସେ ମଧ୍ୟ ଦେଶ ପାଇଁ କିଛି କରିବାକୁ ଚାହାଁନ୍ତି । ତେଣୁ ଦେଶ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ପରେ ସେ ତାଙ୍କ ଢାବାରେ ଗୋଟିଏ ଦିନ ପାଇଁ ଖାଦ୍ୟ ମାଗଣା କରିଦେଲେ । ସେ ଡୋନେସନ ପାଇଁ ଏକ ବକ୍ସ ମଧ୍ୟ ରଖିଛନ୍ତି, ଯାହା ଭାରତୀୟ ସେନାଙ୍କ ନିକଟକୁ ପଠାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More