Only for Entertainment

ଭାରତରେ ରହିଛି ଏପରି ଏକ ସ୍ଥାନ, ଯେଉଁଠି ଚୁଟିରେ ତେଲ ଲଗାଇ ନୂଆ ବୋହୂକୁ କରିଥାନ୍ତି ସ୍ୱାଗତ ।

pinsdaddy
0 29

ବିବାହ ପରେ ନୂଆବୋହୂକୁ ସ୍ୱାଗତ କରିବା ପାଇଁ ଘରେ ବ୍ୟାପକ ଆୟୋଜନ ହୋଇଥାଏ । ନିଜ ପରମ୍ପରା ଓ ରୀତିନୀତି ଅନୁସାରେ ପରିବାର ଲୋକେ ଘରର ଲକ୍ଷ୍ମୀଙ୍କୁ ସ୍ୱାଗତ କରିଥାନ୍ତି । ମିଥିଳାରେ ମଧ୍ୟ ଏପରି ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ଏଠାରେ ପ୍ରଚଳିତ ପରମ୍ପରା ଦେଶର ଅନ୍ୟ ସ୍ଥାନରେ ପ୍ରଚଳିତ ହେଉଥିବା ଧାରା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

ନୂଆବୋହୂକୁ ପରିବାର ଲୋକେ ତେଲ ଲଗାଇ ଘରକୁ ସ୍ୱାଗତ କରିଥାନ୍ତି । ଖାଲି ପରିବାର ନୁହେଁ ଗ୍ରାମର ମହିଳାମାନେ ମଧ୍ୟ ଏଥିରେ ସାମିଲ ହୁଅନ୍ତି । ପ୍ରଥମେ ତେଲ ଲଗାଇବା ପରେ ମୁଣ୍ଡକୁ ଭଲ ଭାବେ କୁଣ୍ଡାଯାଇଥାଏ । ଖାଲି ମହିଳା ନୁହେଁ ପୁରୁଷମାନଙ୍କୁ ମଧ୍ୟ ତେଲ ଲଗାଇବାର ପ୍ରଥା ଏଠାରେ ଦେଖିବାକୁ ମିଳେ । ବିବାହ ପାଇଁ ଆସିଥିବା ବରଯାତ୍ରୀମାନଙ୍କୁ ଦ୍ୱିତୀୟ ଦିନ ଗାଧୋଇବା ସମୟରେ ତେଲ ଲଗାଯାଇଥାଏ ।

ଲୋକଙ୍କ କହିବା ଅନୁସାରେ ଏହି ପରମ୍ପରା ପଛରେ ବୈଜ୍ଞାନିକ କାରଣ ରହିଛି । ତେଲରେ ଅନେକ ପ୍ରକାର ଔଷୋଧିୟ ଗୁଣ ରହିଥିବାରୁ ନଡିଆ ତେଲ ଲଗାଇ ଆମେ ଅତିଥିଙ୍କୁ ସ୍ୱାଗତ କରିଥାଉ । ଏହାଦ୍ୱାରା ମୁଣ୍ଡ ଥଣ୍ଡା ରହିବା ସହ ଚର୍ମ ରୋଗ ମଧ୍ୟ ଦୂର ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More