Only for Entertainment

ଗଣେଶ ବିସର୍ଜନରେ ନାଗିନ ଡ୍ୟାନ୍ସ ସମୟରେ ଯୁବକଙ୍କ ମୃତ୍ୟୁ, ଭିଡ଼ିଓ ଭାଇରାଲ

the lollantop
234

ଡିଜେରେ ନାଗିନ ଧୁନ ବାଜୁଛି । କିଛି ଲୋକ ଡ୍ୟାନ୍ସ କରୁଛନ୍ତି । ଅନ୍ୟ ଲୋକମାନେ ତାଙ୍କୁ ଦେଖୁଛନ୍ତି । ଏହି ମଧ୍ୟରେ ଜଣେ ଯୁବକ ଡ୍ୟାନ୍ସରେ ପୂରା ମଜିଯାଇଛି । କିନ୍ତୁ ହଠାତ ଘଟୁଛି ଦୁର୍ଘଟଣା । ଲୋକମାନେ ତାକୁ ଉଠାଇବାକୁ ଚେଷ୍ଟା କରୁଛନ୍ତି ଏବଂ ହସ୍ପିଟାଲ ମଧ୍ୟ ନେଇ ଯାଉଛନ୍ତି, କିନ୍ତୁ ରାସ୍ତାରେ ସେ ଆଖି ବୁଜିଦେଉଛି ।

 

ଘଟଣା ମଧ୍ୟପ୍ରଦେଶର ଶିବନୀ ଜିଲ୍ଲାର କଟନୀ ଗାଁର । ଭଗାବନ ଗଣେଶଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଲୋକ ନାଚରେ ମଜି ଯାଇଥିଲେ । ନାଗିନ ଗୀତର ଧୁନ ମଧ୍ୟରେ ସବୁ କିଛି ଠିକ ଚାଲିଥିଲା । ଏକ ଯୁବକ ଶାଢୀ ପିନ୍ଧି ମଂଚ ଉପରେ ଡ୍ୟାନ୍ସ କରିବାକୁ ଲାଗିଲେ । ଅନ୍ୟ ଜଣେ ସାପୁଆ କେଳା ହୋଇଛନ୍ତି । ଡ୍ୟାନ୍ସ କରି କରି ଯୁବକ ଜଣକ ହଠାତ ପଡ଼ିଗଲେ । ଏହା ଉପରେ ସେ ଆଉ ଉଠିଲେ ନାହିଁ ।

 

ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କହିରଖୁଛୁ ମୃତ ଯୁବକଙ୍କ ନାମ ଗୁରୁଚରଣ । ତେବେ ସେମାନେ ପୋଷ୍ଟମର୍ଟମ କରିବାକୁ କହିନଥିଲେ, ଯେଉଁ କାରଣରୁ ପୋଷ୍ଟମର୍ଟମ କରାଗଲା ନାହିଁ । କିଛି ଡାକ୍ତରଙ୍କ କହିବା ଅନୁସାରେ ବ୍ରେନ ହାମ୍ରେଜ ହୋଇ ଏହିଭଳି ଦୁର୍ଘଟଣା ଘଟିଥାଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More