Only for Entertainment

ହାର୍ଦ୍ଧିକଙ୍କ ନାମ ଶୁଣିବା ପରେ ଇଶାଙ୍କୁ ଆସିଲା ରାଗ, କହିଲେ ଏହି କଥା…

zeenews
77

କରଣ ଜୋହରଙ୍କ ଚାଟ ଶୋ’ ‘କଫି ୱିଥ କରଣ’ରେ କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟା ମହିଳାଙ୍କ ଉପରେ ଦେଇଥିବା କମେଣ୍ଟକୁ ନେଇ ନା କେବଳ ସୋସିଆଲ ମିଡିଆରେ ସେ ଟ୍ରୋଲ ହୋଇ ଛନ୍ତି ତାହା ନୁହେଁ କରଂ ତାଙ୍କ ନାମରେ ଜାଂଚ ହେବାର ଆଦେଶ ମଧ୍ୟ ଆସିଛି । ଜାଂଚ ପୂରା ନହେବା ପର୍ଯ୍ୟନ୍ତ ହାର୍ଦ୍ଧିିକ ପାଣ୍ଡ୍ୟା ଟିମ ଇଣ୍ଡିଆ ସହିତ କୌଣସି ମ୍ୟାଚ ଖେଳିପାରିବେ ନାହିଁ । ତେବେ ଏହାକୁ ନେଇ ହାର୍ଦ୍ଧିକ କ୍ଷମା ମାଗିଥିଲେ ମଧ୍ୟ ଲୋକେ ଏପର୍ଯ୍ୟନ୍ତ ତାଙ୍କୁ କ୍ଷମା କରି ନାହିଁନ୍ତି ।

ବଲିଉଡର ଅନେକ ଅଭିନେତ୍ରୀଙ୍କ ନାମ ହାର୍ଦ୍ଦିିକଙ୍କ ସହିତ ଯୋଡା ଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଇଶା ଗୁପ୍ତା । କିନ୍ତୁ ଲାଗୁଛି ହାର୍ଦ୍ଧିକଙ୍କ ସହିତ ତାଙ୍କ ନାମ ଯୋଡା ଯିବା ତାଙ୍କୁ ପସନ୍ଦ ଆସୁନି । ମୁମ୍ବାଇରେ ଆୟୋଜନ ହୋଇଥିବା ଏକ ଇଭେଣ୍ଟରେ ଇଶାଙ୍କୁ ହାର୍ଦ୍ଧିକଙ୍କ ବିଷୟରେ ପଚରାଯିବାରୁ ସେ ଖୁବ ରାଗି ଯାଇଥିଲେ । ଇଶାଙ୍କୁ ପଚରାଯାିଥିଲା ଯେ ହାର୍ଦ୍ଧିକ ପାଣ୍ଡ୍ୟା କଫି ୱିଥ କରଣ ରେ ମହିଳାଙ୍କ ବିଷୟରେ ଆପ ତ୍ତିଜନକ ବୟାନ ଦେଇଛନ୍ତି । ଏହା ଶୁଣି ଇଶା କହି ଥିଲେ ଆପଣଙ୍କୁ କିଏ କହିଲା ସେ ମୋ ବନ୍ଧୁ ବୋଲି ।

ଇଶା କହିଥିଲେ ଯେ, ପୁରୁଷମାନେ ତାଙ୍କ ସହିତ ମହିଳାଙ୍କୁ ତୁଳନା କରିବା କଥା ନୁହେଁ । ମହିଳା ମାନେ ସମସ୍ତଙ୍କ ଠାରୁ ଆଗରେ । ମହିଳା ମାନେ ପିରିୟଡସ ଟାଇମରେ ଛୁଆ କୁ ସମ୍ଭାଳନ୍ତି, ଡ୍ୟାନ୍ସ କରନ୍ତି, ଅଫିସ ଯାଇ ଥାନ୍ତି ଏବଂ ଘରର ସବୁ କାମ କରିଥାନ୍ତି ଯଦି ଆପଣ ସବୁ କରିପାରିବେ ତେବେ ଆପଣ ମହିଳାଙ୍କ ଠାରୁ ଉର୍ଦ୍ଧରେ ରହିବେ ।

ଇଶା ଏହା ମଧ୍ୟ କହିଥିଲେ ଯେ, ମହିଳାଙ୍କ ବିଷୟରେ କେହି ବି ଖରାପ ଭାବେ କହିବା ନୁହେଁ । ଏହା ସହିତ ସେ କହିଥିଲେ, ଅନେକ ଥର ଲୋକେ ଏକ୍ସାଇଟେଡରେ ଏପରି କଥା କହିଦେଇଥାନ୍ତି କିନ୍ତୁ ସେମାନେ ଶିଖିବା ଦରକାର ଯେ କେଉଁଠି କିପରି କଥା କହିବା ଦରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More