Only for Entertainment

ଏଠାରେ ବିକ୍ରି କରାଯାଏ ନାହିଁ କ୍ଷୀର !

0 71

ତାଜମହଲଠାରୁ ୨ କିଲୋମିଟର ଦୂରରେ ରହିଛି ଏଭଳି ଏକ ଗାଁ ଯେଉଁଠି ଏକ ତୃତୀୟାଂଶ ଲୋକଙ୍କ ପାଖରେ ରହିଛି ଗାଈ ଏବଂ ମଇଁଷି। ତେବେ ସେମାନେ କେବେ ମଧ୍ୟ କ୍ଷୀର ବିକ୍ରି କରନ୍ତି ନାହିଁ। ଯେବେଠାରୁ ଏହି ଗାଁର ସ୍ଥାପନା ହୋଇଛି ସେବେଠାରୁ ଏଠାକାର କୌଣସି ବି ବ୍ୟକ୍ତି କେବେ କ୍ଷୀର ବିକିନାହାନ୍ତି। ଲୋକେ କୁହନ୍ତି ଗାଁକୁ ଏକ ଅଭିଶାପ ମିଳିଛି। ଯିଏ କ୍ଷୀର ବିକିବ ସେ ଅନେକ କଷ୍ଟ ସହିବ। ଗାଁର କିଛି ଲୋକ କୁହନ୍ତି, ଯଦି ଏଇ ଗାଁର କୌଣସି ବ୍ୟକ୍ତି ବାହାରେ ଯାଇ କ୍ଷୀର ବିକୁଛନ୍ତି ତେବେ ତାଙ୍କର ଆର୍ଥିକ ତଥା ଶାରୀରିକ ଅବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଥାଏ।

ଫତେହାବାଦକୁ ଲାଗିଥିବା କୁଆଁ ଖେହା ଗାଁଟି ତାଜମହଲଠାରୁ ବି ପୁରାତନ। ଗାଁରେ ପାଖାପାଖି ୧୨ଶହ ଲୋକ ରୁହନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯଦୁବଂଶୀ। ଗାଁର ୬ ଶହ ପରିବାର ମଧ୍ୟରୁ ୪ ଶହଙ୍କ ପାଖରେ ଗାଈ ଏବଂ ମଇଁଷି ଅଛି। ଏଠାରେ ୭ ପିଢି ହେବ କେହି କେବେ କ୍ଷୀର ବିକ୍ରି କରିନାହାନ୍ତି ବୋଲି କେତେକ କୁହନ୍ତି। ଗାଁଟି ଅଭିଶପ୍ତ। ଯିଏ ଏଠାରେ କ୍ଷୀର ବିକିବାକୁ ଚେଷ୍ଟା କରିଛି ପରବର୍ତ୍ତୀ ସମୟରେ ତାଙ୍କ ପିଲାର ମୃତ୍ୟୁ ଘଟିଛି ଏବଂ ଗୋରୁଗାଈଙ୍କର ବି ମୃତ୍ୟୁ ଘଟିଛି। ଏହାକୁ ବାହାର ଗାଁର କେତେକ ଲୋକ କୁସଂସ୍କାର କହୁଥିଲେ ମଧ୍ୟ ଏହାର ରହସ୍ୟ ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More