Only for Entertainment

ତୈମୁରଙ୍କ ଭଉଣୀ ଇନାୟା କ୍ୟୁଟ ଅନ୍ଦାଜରେ ଶୁଣାଇଲେ ଗାୟତ୍ରୀ ମନ୍ତ୍ର, ଭିଡିଓ ଭାଇରାଲ !

29

ସୋସିଆଲ ମିଡିଆରେ କରିନା କପୁର ଓ ସୈଫ୍‌ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ଙ୍କୁ ନେଇ ସର୍ବଦା ଚର୍ଚ୍ଚା ରହିଥାଏ। କିନ୍ତୁ ମଙ୍ଗଳବାର ସୋସିଆଲ ମିଡିଆରେ ତୈମୁରଙ୍କ ଭଉଣୀ ତଥା ସୋହା ଅଲ୍ଲୀ ଖାନ୍‌ ଓ କୁନାଲ ଖେମୁଙ୍କ ଝିଅ ଇନାୟାଙ୍କ ଏକ ଭିଡିଓ ଆସିଛି। ଯେଉଁଥିରେ ସେ ଅତି ସୁନ୍ଦର ଓ ଚମତ୍କାର ଭାବେ ଗାୟତ୍ରୀ ମନ୍ତ୍ର ଗାଉଥିବା ଶୁଣିବାକୁ ମିଳୁଛି। ଏହି ଭିଡିଓକୁ ଯିଏ ଦେଖୁଛି ସେ ଇନାୟାଙ୍କ ମନଲୋଭା ଅନ୍ଦାଜକୁ ପ୍ରଶଂସା କରି ରହି ପାରୁ ନାହାନ୍ତି।

 

View this post on Instagram

 

Here’s to spreading light this Bhai Dooj #happybhaidooj

A post shared by Kunal Kemmu (@khemster2) on

ଇନାୟାଙ୍କ ଏହି ଭିଡିଓକୁ ବାପା କୁନାଲ ଖେମୁ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ କୁନାଲ ନିଜ ଭଉଣୀ ସହିତ ଭାଇଦୁଜ ପାଳୁଥିବା ଦେଖିବାକୁ ମିଳୁଛି। ଏଥିରେ ଭଉଣୀ ତାଙ୍କ ଆଳତୀ କରୁଛନ୍ତି। ଏହି ସମୟରେ ସେ ଗାୟତ୍ରୀ ମନ୍ତ୍ରୀ ଗାଉଛନ୍ତି। କୁନାଲଙ୍କ ଭଉଣୀ ଗାୟତ୍ରୀ ମନ୍ତ୍ରୀ ଗାଇ ସାରିବା ପରେ ଇନାୟାଙ୍କୁ ଗାଇବାକୁ କହିବାରୁ ସେ ଅତି ସୁନ୍ଦର ଭାବେ କୋମଳ ସ୍ୱରରେ ଏହି ଗାୟତ୍ରୀ ମନ୍ତ୍ରକୁ ଗାଇ ସମସ୍ତଙ୍କୁ ମୁଗ୍ଧ କରି ଦେଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More