Only for Entertainment

ହଠାତ ଏବେ ବଡ଼ ସମସ୍ୟା ମୁହଁରେ ପଡ଼ିଗଲେ ପ୍ରଭାସଙ୍କ ଫିଲ୍ମର ଟିମ ।

21

ବାହୁବଳୀ ପ୍ରଭାସଙ୍କ ଅଭିନୀତ ଫିଲ୍ମ ସାହୋ ଚଳିତ ବର୍ଷ ରିଲିଜ୍‌ ହେବାକୁ ଥିବା ବେଳେ ଏହାର କିଛି ଦୃଶ୍ୟର ସୁଟିଂ ଏବେ ବି ଚାଲିଛି । ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ସାଉଥ ଇଣ୍ଡଷ୍ଟ୍ରିରେ ପାଦ ଥାପିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର । ତେବେ, ଫିଲ୍ମର ଶେଷ ସୁଟିଂ ଅଷ୍ଟ୍ରିଆରେ ଚାଲୁଥିବା ବେଳେ ଫିଲ୍ମର ଟିମ୍‌କୁ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିବା ଜାଣିବାକୁ ମିଳିଛି।

 

ସୂଚନା ମୁତାବକ, ସୁଟିଂ ପାଇଁ ପ୍ରଭାସ-ଶ୍ରଦ୍ଧା ନିଜ ଟିମ୍‌ ସହ ପାହାଡ଼ ଉପରକୁ ଯାଇଥିଲେ । ସୁଟିଂ ସରିବା ପରେ କେବୁଲ କାର ଜରିଆରେ ସମସ୍ତେ ତଳକୁ ଫେରୁଥିବା ବେଳେ ହଠାତ ବର୍ଷା ହେବାରୁ କେବୁଲ କାରଟି ୧୩୬୮ମିଟର ଉଚ୍ଚରେ ଅଟକି ଯାଇଥିଲା । ଏହା ପରେ ପ୍ରଭାସ ବର୍ଷା ଛାଡ଼ିଲେ କେବୁଲ କାରଟି ଆପେ ଆପେ ଚାଲୁ ହୋଇଯିବ ବୋଲି ସମସ୍ତଙ୍କୁ ଜଣାଇଥିଲେ । କିନ୍ତୁ ବର୍ଷା ଛାଡ଼ିବା ପାଇଁ ଅଧଘଣ୍ଟା ସମୟ ଲାଗିଥିଲା । ଅଧଘଣ୍ଟା କେବୁଲ କାର ଭିତରେ ଫସି ରହିବା ପରେ ସମସ୍ତେ ସୁରକ୍ଷିତ ଭାବେ ତଳକୁ ଆସିଥିଲେ ବୋଲି ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More