Only for Entertainment

ୱେଷ୍ଟଇଣ୍ଡିଜର ‘ହକ(HULK)’ଙ୍କୁ ଦେଖି ଭୟଭୀତ ହୋଇଗଲେ ଭାରତୀୟ କ୍ରିକେଟର, ଦେଖନ୍ତୁ ଭିଡିଓ !

432

ବିଶ୍ୱକପ ଶେଷ ହୋଇସାରିଲାଣି ଏବଂ ଟିମ ଭାରତ ଆସନ୍ତା ମାସରୁ ପୁଣି କ୍ରିକେଟ ଆରମ୍ଭ କରିବାକୁ ଯାଉଛି । ୱେଷ୍ଟଇଣ୍ଡିଜରେ ବିପକ୍ଷରେ ସିରିଜ ଖେଳିବ ।ଏହାପୂର୍ବରୁ ଇଣ୍ଡିଆ-ଏ ଟିମ ୱେଷ୍ଟଇଣ୍ଡିଜ ସହ ଖେଳିଛି । ଇଣ୍ଡିଆ-ଏ-ଟିମ ୱେଷ୍ଟଇଣ୍ଡିଜ-ଏ-ଟିମ ସହ ୫ଟି ୱାନ ଡେ ସିରିଜ ମ୍ୟାଚ ଖେଳିବ । ମନୀଶ ପାଣ୍ଡେଙ୍କ କ୍ୟାପଟେନ୍ସିରେ ଭାରତ-ଏ ଟିମ ୫୦ଓଭର ଫର୍ମାଟ ଗେମ ଖେଳୁଛି । ଟିମ ଭାରତ ୩-୦ ସିରିଜ ରେ ରହିଛି ଏବଂ ଆଉ ଦୁଇଟି ମୁକାବିଲା ବାକି ରହିଛି । ମ୍ୟାଚ ବେଳେ କିଛି ଏଭଳି ଘଟିଛି ଯାହାକୁ ଦେଖି ସବୁ ହସି ହସି ଗଡି ଯିବେ ।

ୱେଷ୍ଟଇଣ୍ଡିଜ ଟିମ ଜିତିବା ପାଇଁ ୨୯୫ରନ ଦରକାର ଥିଲା । ମୁକାବିଲାରେ ୱେଷ୍ଟଇଣ୍ଡିଜର ସ୍କୋର ୬ୱିକେଟରେ ୧୦୩ ଥିଲା । ଟିମ ଭାରତର ଖେଳାଳୀ ସେଲିବ୍ରେଟ କରିବା ପାଇଁ ଫେରୁଥିଲେ , ସେହି ସମୟରେ ଭାରତ-ଏ ଟିମ ଖେଳାଳୀ ଦୀପକ ଚହରଙ୍କ ନଜର ପଡିଥିଲା ୱେଷ୍ଟଇଣ୍ଡିଜ ଟିମରୁ ବ୍ୟାଟିଂ କରିବାକୁ ଆସୁଥିବା ଖେଳାଳୀଙ୍କ ଉପରେ । ଯାହାଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଖେଳାଳୀଙ୍କ ପର୍ସନାଲିଟି ଦେଖି ସେ ତାଙ୍କ ପାଖରେ ପହଂଚି ଯାଇଥିଲେ । ରଖିମ କାର୍ନବାଲଙ୍କ ପର୍ସନାଲିଟି ଦେଖି ଡରି ଯାଇ ତାଙ୍କ ସାମ୍ନାରୁ ହଟିଯାଇଥିଲେ ଦୀପକ ।

ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏଠାରେ ଆମେ କହି ରଖୁଛୁ ଯେ ରଖିମ କାର୍ନବାଲ ଖୁବ ଲମ୍ବା ଅଟନ୍ତି ଏବଂ ତାଙ୍କର ଓଜନ ପ୍ରାୟତଃ ୧୪୩କିଲୋଗ୍ରାମ । ହଲ୍କ ଭଳି ଦେଖିବାକୁ ରଖିମଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ରଖିମଙ୍କ ସାମ୍ନାକୁ ଆସି ସାଇଡ ହୋଇଗଲେ ଏବଂ ରଖିମ ବ୍ୟାଟିଂ କରିବାକୁ ପହଂଚିଲେ ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ୨୬ବର୍ଷୀୟ ରଖିମ କାର୍ନବାଲ ଅଲରାଉଣ୍ଡର ଅଟନ୍ତି । ସେ ଏବେ ପର୍ଯ୍ୟନ୍ତ ୧୩୧ମ୍ୟାଚରେ ୩,୬୦୦ରନ କରିସାରିଛନ୍ତି ଏବଂ ୨୩୦ ୱିକେଟ ନେଇ ସଫଳତା ହାସିଲ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More