Only for Entertainment

ଏହି କଳାକାରଙ୍କ ପାଖରେ ସବୁଠାରୁ ଦାମୀ ଗାଡି, ତାଲିକାରେ ମୁକେଶ ଅମ୍ବାନୀ ସବୁଠାରୁ ତଳେ !

132

ଅନେକ ଲୋକଙ୍କୁ ଭାରତର ସବୁଠାରୁ ଅଧିକ ଧନୀ ବ୍ୟକ୍ତିଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରନ୍ତି । ସେମାନେ କେମିତି ନିଜ ଲାଇଫ ଷ୍ଟାଇଲ ବଂଚନ୍ତି, ସେମାନେ ନିଜକୁ କେମିତି ମେଂଟେନ କରନ୍ତି । ତାଙ୍କର ସମ୍ପତ୍ତି ଏବଂ ଲାଇଫ ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଧନୀ ଲୋକଙ୍କ ତାଲିକାରେ କ୍ରିକେଟର , ବଲିଉଡ ଅଭିନେତା ଏବଂ ବ୍ୟବସାୟୀ ସାମିଲ ଅଟନ୍ତି । ଯାହା ଖାସ କରି ନିଜ ଦାମୀ ଗାଡିକୁ ନେଇ ସେମାନେ ଚର୍ଚ୍ଚାରେ ରହିଥାଆନ୍ତି ।

ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ ଗାଡି ରହିଛି । ମର୍ସଡିଜ ବେଂଜ, ବିଏମଡବ୍ଲୁ ଏବଂ ଅଡି । ସେହିଭଳି ତାଙ୍କ ପାଖରେ ଦୁନିଆର ସବୁଠାରୁ ଫାଷ୍ଟ କାର ବୁଗାଟି ବେରାନ ମଧ୍ୟ ରହିଛି ଯାହାର ମୂଲ୍ୟ ୧୨କୋଟି ଟଙ୍କା ଅଟେ ।

ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ ଏହି ତାଲିକାରେ ୨ନମ୍ବରରେ ରହିଛନ୍ତି । ତାଙ୍କ ପାଖରେ ମର୍ସଡିଜ ବେଂଜ ଏସ୬୦୦ ରହିଛି, ଯାହାର ମୂଲ୍ୟ ହାରାହାରି ୧୦କୋଟି ଟଙ୍କା ଅଟେ ।

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏହି ତାଲିକାରେ ୩ୟ ନମ୍ବରରେ ରହିଛନ୍ତି । ତାଙ୍କ ପାଖରେ ମେବ୍ୟାକ ୬୨ରହିଛି । ଏଥିରେ ବୁଲିବାକୁ ସେ ଖୁବ ପସନ୍ଦ କରନ୍ତି ଯାହାର ମୂଲ୍ୟ ୫.୪କୋଟି ।

ସବୁଠାରୁ କମ ଫିଲ୍ମ କରିଥିବା ରାମ ଚରଣ ଏହି ତାଲିକାରେ ୪ର୍ଥରେ ରହିଛନ୍ତି । ଏହି ଅଭିନେତାଙ୍କ ପାଖରେ ରେଂଜ ରୋବର କାର ଅଛି । ଯାହାର ଭାରତୀୟ ମୂଲ୍ୟ ୩.୧କୋଟି ଟଙ୍କା ଅଟେ ।

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଏହି ତାଲିକାରେ ୫ମରେ ରହିଛନ୍ତି । ତାଙ୍କର ପସନ୍ଦିତା କାର ହେଉଛି ରୋଲ୍ସ ରୟସ ଫେଂଟମ, ଯାହାର ମୂଲ୍ୟ ପାଖାପାଖି ୩କୋଟି ।

ଏହି ତାଲିକାରେ ୬ସ୍ଥାନରେ ରହିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲୀ । ଏହି ଖେଳାଳୀଙ୍କ ପାଖରେ ରହିଛି ଅଡି ଆର ୮, ଯାହାର ଭାରତୀୟ ମୂଲ୍ୟ ୨.୬୪ କୋଟି ଟଙ୍କା ଅଟେ ।

ଏହି ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନମ୍ବର ୭ରେ ରହିଛି । ଏହି ବିଏମଡବ୍ଲ୍ୟୁ ଆଇ ୮ ଚଲାନ୍ତି, ଯାହାର ମୂଲ୍ୟ ୨.୨କୋଟି ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More