Only for Entertainment

ଉପସ୍ଥାପକଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଦର୍ଶକଙ୍କୁ ଅଧିକ ଗୁରୁତ୍ୱ ଦେଲେ ଶ୍ରଦ୍ଧା, ହଠାତ ମଂଚ ଉପରକୁ ଚଢି ଆସିଲେ ଯୁବକ, ଦେଖନ୍ତୁ ଭାଇରାଲ ଭିଡ଼ିଓ

the lallantop
30

ଶ୍ରଦ୍ଧା କପୂର ଜଣେ ଭଲ ଅଭିନେତ୍ରୀ ଏଥିରେ ସନ୍ଦେହ ନାହିଁ । ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଛି । ଫିଲ୍ମ ଆଶିକୀ ଟୁ’ରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସେ ଏକ ସୁନ୍ଦର ସ୍ଥାନ ତିଆରି କରିଛନ୍ତି । ତେବେ ନିକଟରେ ଇଣ୍ଡିଆ ଟୁଡେକୁ ଲତା ମଙ୍ଗେସ୍କରଙ୍କ ଜନ୍ମଦିନରେ ଦେଇଥିବା ଏକ ଇଂଟରଭ୍ୟୁର ଭିଡ଼ିଓ ସାମ୍ନାକୁ ଆସିଛି ।

 

ଶ୍ରଦ୍ଧା କପୂର ଇଣ୍ଡିଆ ଟୁଡେର ମାଇଣ୍ଡ ରକ କାର୍ଯ୍ୟକ୍ରମକୁ ଯାଇଥିଲେ । ସେଠାରେ ଏତେ ମାତ୍ରାରେ କ୍ରାଉଡ ଦେଖି ସେ ଖୁବ ଉତ୍ସାହିତ ହୋଇ ଯାଇଥିଲେ । କେବେ କେବେ କୁହାଯାଏ ଦର୍ଶକଙ୍କ ନଜର ଅଭିନେତ୍ରୀଙ୍କ ଉପରୁ ହଟିଲା ନାହିଁ । କିନ୍ତୁ ଏହିଥର କଥା ସଂପୂର୍ଣ୍ଣ ଓଲଟା । ଏଠାରେ ଦର୍ଶକଙ୍କ ଉପରୁ ଶ୍ରଦ୍ଧାଙ୍କ ନଜର ହଟିଲା ନାହିଁ । କଥା ଏଭଳି ହୋଇଗଲାଯେ ଶ୍ରଦ୍ଧା ଉପସ୍ଥାପକଙ୍କ ପ୍ରଶ୍ନର ମଧ୍ୟ ଠିକ ଭାବରେ ଉତ୍ତର ଦେଲେ ନାହିଁ, କେବଳ ତାଙ୍କ ନଜର ଥିଲା ଦର୍ଶକଙ୍କ ଉପରେ । ବାରମ୍ବାର ସେ କେବଳ ଦର୍ଶକଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ । ସବୁଠାରୁ ଖାସ କଥା ହେଉଛିଯେ ଶେଷରେ ଶ୍ରଦ୍ଧା ଡ୍ୟାନ୍ସ କରୁଥିବା ସମୟରେ ଜଣେ ଯୁବକ ମଂଚ ଉପରକୁ ଚଢି ଆସିଲେ ।ଅବଶ୍ୟ ଉପ୍ଥିତ ଗାର୍ଡ ତାଙ୍କୁ ବାହାରକୁ ନେଇଗଲେ ।

କହିରଖୁଛୁ ଏହି ଭିଡ଼ିଓରେ ଦେଖିବାକୁ ମିଳିଛିଯେ ଶ୍ରଦ୍ଧା କହୁଛନ୍ତିଯେ ଆଶଇକୀ ଟୁ ତାଙ୍କର ପଅ୍ଥମ ବା ହିନ୍ଦୀ ଡେବ୍ୟୁ ଫିଲ୍ମ ନୁହେଁ, ଏହା ପୂର୍ବରୁ ସେ ଅମିତାଭ ବଚ୍ଚନଙ୍କ ଫିଲ୍ମ ତିନ ପତ୍ନୀରେ ଏକ ଶିଶୁ କଳାକାର ଭାବରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More