Only for Entertainment

ଫିଲ୍ମ ଇଣ୍ଡିଆନ ଟୁର ଫାଷ୍ଟ ଲୁକ ରିଲିଜ ।

bollywood tadka
31

ଆକ୍ଟର କମଲ ହାସନଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିଆନ ଟୁ’ର ପ୍ରଥମ ପୋଷ୍ଟର ରିଲିଜ ହୋଇସାରିଛି । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଶଙ୍କର ଏବଂ ସେ ନିଜେ ଫିଲ୍ମର ପ୍ରଥମ ଲୁକ ଶେୟାର କରି ସରପ୍ରାଇଜ ଦେବା ସହିତ ପୋଙ୍ଗଲର ଅଭିନନ୍ଦନ ଜଣାଇଛନ୍ତି । ପୋଷ୍ଟରରେ କମଲ ହାସନଙ୍କ ଚେହେରା ଝାପସା ନଜର ଆସିଥିବା ବେଳେ ଆଙ୍ଗୁଠି ଦେଖାଇ ଚେତାବନୀ ଦେଉଥିବାର ଦୃଶ୍ୟ ମଧ୍ୟ ନଜର ଆସିଛି । ନିର୍ଦ୍ଦେଶକ ନିଜ ଟ୍ୱିଟର ଆକାଉଂଟରେ ଦେଇଥିବା ସୂଚନା ଅନୁସାରେ ଫିଲ୍ମର ସୁଟିଂ ଜାନୁୟାରୀ ୧୮ରୁ ଆରମ୍ଭ ହେବ ।

କହିରଖୁଛୁଯେ ଏପର୍ଯ୍ୟନ୍ତ ଏହା ଜଣାପଡ଼ିନାହିଁଯେ ଇଣ୍ଡିଆନ ଯେଉଁଠାରେ ଶେଷ ହୋଇଥିଲା ସେହିଠାରୁ ଫିଲ୍ମ ଆରମ୍ଭ ହେବ ନା ନୂଆ କାହାଣୀ ଦେଖିବାର ସୁଯୋଗ ପାଇବେ ଦର୍ଶକ । କିନ୍ତୁ ଏତିକି ଅନୁମାନ କରାଯାଉଛିଯେ ଫିଲ୍ମ ଭାରତୀୟ ରାଜନୀତି ଉପରେ ନିର୍ମାଣ ହେବ ।

 

ଫିଲ୍ମକୁ ନେଇ ଶଙ୍କର କହିଛନ୍ତିଯେ ଇଣ୍ଡିଆନ ଫିଲ୍ମ ନିର୍ମାଣ ସମୟରେ ସେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେବେ ନିଜେ ପାଇଥିବା ଆଘାତକୁ ସେ ଫିଲ୍ମ ଇଣ୍ଡିଆନ ଟୁ ମାଧ୍ୟମରେ ଦର୍ଶକଙ୍କ ନିକଟରେ ପହଂଚାଇବେ । ମୋ ଭଳି ସାଧାରଣ ଜନତା ମଧ୍ୟ କେତେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେହି ସମସ୍ତ ଘଟଣା ଫିଲ୍ମରେ ଦେଖାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More