Only for Entertainment

ଭାରତ ନେଲା ପୁଲୱାମାର ପ୍ରତିଶୋଧ, ଭାରତୀୟ ବାୟୁସେନା ଏଲଓସି ପାର କରି ଜୈଶର ଆତଙ୍କୀ କ୍ୟାମ୍ପକୁ କଲା ଧ୍ୱଂସ !

90

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ଯବାବ୍ ଦେଇଛି । ଭାରତର ୧୨ ମିରାଜ-୨୦୦୦ ବିମାନ ପାକିସ୍ତାନରେ ପଶି ଆତଙ୍କବାଦୀ ସଂଗଠନପ ଜୈସ୍ ର ଠିକଣା ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛନ୍ତି । ସୁଚନା ଅନୁସାରେ ସକାଳ ୩.୩୦ ସମୟରେ ୧୦୦୦ କିଲୋ ବିସ୍ଫୋଟକ ପାକ୍ ଆତଙ୍କୀଙ୍କ ଠିକଣା ଉପରେ ପକାଯାଇଥିଲା । ପୁଲୱାମା ଘଟଣା ପରେ ଦୁଇ ସୀମାରେ ଚିନ୍ତା ବଢି ଯାଇଥିଲା । ବର୍ତ୍ତମାନ ବାୟୁସେନା ନିଜ କ୍ରୋଧକୁ ଜାହିର କରିଛି । ଏବେ ବାୟୁସେନାକୁ ଆଲର୍ଟରେ ରଖାଯାଇଛି । ଏହି ଘଟଣାରେ ଭାରତ ନିଜ ଲଢୁଆ ବିମାନ ମିରାଜ-୨୦୦୦ କୁ ବ୍ୟବହାର କରିଛି ।

ସୁତ୍ର ମୁତାବକ ଭାରତୀୟ ସେନା ଏଲଓସି ପାର କରି ପାକିସ୍ତାନ ସୀମା ସ୍ଥିତ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦଙ୍କ କ୍ୟାମ୍ପରେ ହମଲା କରାଯାଇଛି ଏବଂ ଅନେକ କ୍ୟାମ୍ପ ଧ୍ୱସ୍ତ କରି ଦିଆଯାଇଛି , ଏବେ ପର୍ଯ୍ୟନ୍ତ ଧ୍ୱଂସର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଶୁଣିବାକୁ ମିଳିଛି ଯେ ସକାଳ ୩ଟା ପାଖାପାଖି ବାୟୁସେନା ୧୨ମିରାଜ ବିମାନ ଗୁଡିକ ପିଓକେ ପାର ହୋଇ ଆତଙ୍କୀ ସଂଗଠନ ଉପରେ ହମଲା କରିଥିଲେ । ଶୁଣିବାକୁ ମିଳିଛି ଯେ ଏହା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି । ୧୨ମୀରାଜ ବିମାନ ପାଖାପାଖି ୧୦୦୦କିଲୋ ବମ ପକାଇଛନ୍ତି । ଅଧିକାରୀ ଜଣାଇଛନ୍ତି ଯେ ଖୁବ ଶୀଘ୍ର ଏହି ଅପରେସନର ଖବର ଜଣାଇବେ । କାରଗିଲ ସମୟରେ ମଧ୍ୟ ବାୟୁସେନାର ବ୍ୟବହାର କରାଯାଇଥାଆନ୍ତା, କିନ୍ତୁ ସେତେବେଳେ ହୋଇପାରିନଥିଲା । କିନ୍ତୁ ଏଥର ପ୍ରଥମ ଥର ପାଇଁ ବାୟୁସେନା ଏଲଓସି ପାର କରି ଆତଙ୍କବାଦୀଙ୍କ କ୍ୟାମ୍ପକୁ ଧ୍ୱଂସ କରିଛନ୍ତି ।

ସୂତ୍ର ମୁତାବକ ଭାରତୀୟ ବାୟୁସେନା ପାଖାପାଖି ୨୧ମିନିଟ ପର୍ଯ୍ୟନ୍ତ ଆକ୍ରମଣ କରି୍ଥିଲେ । ଭାରତୀୟ ବାୟୁସେନା ମୁଜାଫରାବାଦରେ ସମୟ ୩.୪୮ ରୁ ୩.୫୫, ଚକୋଟିରେ ସମୟ ୩.୫୮ରୁ ୪.୦୪ପର୍ଯ୍ୟନ୍ତ ଏବଂ ବାଲାକୋଟରେ ସମୟ୩.୪୫ରୁ ୩.୫୩ପର୍ଯ୍ୟନ୍ତ ହମଲା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More