Only for Entertainment

ମହଙ୍ଗା ପଡ଼ିଲା ଆମ୍ବ ଚୋରାଇବା, ଏତେ ବଡ଼ ଦଣ୍ଡ ଦେଇଦେଲେ ଅଦାଲତ

gulf news
77

ଦୁବାଇରେ ଜଣେ ଭାରତୀୟଙ୍କୁ ଦୁଇଟି ଆମ୍ବ ଚୋରାଇବା ମହଙ୍ଗା ପଡ଼ିଛି । ଏଠାରେ ଦୁଇଟି ଆମ୍ବ ଚୋରାଇଥିବା ଘଟଣାରେ ଭାରତୀୟ ବ୍ୟକ୍ତି ଜଣଙ୍କୁ ତିନି ମାସର ଜେଲ ଦଣ୍ଡ ଏବଂ ଏକ ଲକ୍ଷ ଟଙ୍କାର ଜୋରିମନା ଲାଗିଛି । ଦୁବାଇର ଏକ ଅଦାଲତ ସୋମବାରକୁ ଏହି ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ନିଷ୍ପତ୍ତିରେ ଏହି ଭାରତୀୟ ୱର୍କରଙ୍କୁ ଭାରତ ଫେରିବା ପାଇଁ ମଧ୍ୟ ଆଦେଶ ଦେଇଛନ୍ତି ।

ଖବର ପାଇଁ କହିରଖୁଛୁ ୨୦୧୭ରେ ଏହି ବ୍ୟକ୍ତି ଜଣକ ଦୁଇଟି ଆମ୍ବ ଚୋରି କରି ଖାଇଥିଲେ । ଏହି ଘଟଣାରେ ତାଙ୍କୁ ଧରା ଯାଇଥିଲା ଏବଂ ପରେ ଘଟଣା କୋର୍ଟ ପର୍ଯ୍ୟନ୍ତ ପହଂଚିଗଲା, ଯେଉଁଥିପାଇଁ ଏବେ ଦଣ୍ଡ ମିଳିଛି । କୋର୍ଟ ୨୭ ବର୍ଷୀୟ ଏହି ଯୁବକଙ୍କୁ ୫୦୦୦ ଦିରହମ ବା ୧ ଲକ୍ଷ ଜୋରିମନା ପକାଇଛନ୍ତି ଓ ଏହା ସହିତ ତିନି ମାସର ଜେଲ ଦଣ୍ଡ ।

କହିରଖୁଛୁ ୨୦୧୭ ଅଗଷ୍ଟ ୧୧କୁ ଯୁବକ ଜଣକ ଏୟାରପୋର୍ଟରେ ଜିନିଷ ରଖୁଥିବା ସମୟରେ ଦୁଇଟି ଆମ୍ବ ଚୋରି କରି ଖାଇଥିଲେ । ଏହି ଆମ୍ବର ମୂଲ୍ୟ ପ୍ରାୟ ୧୧୫ ଟଙ୍କା ଥିଲା । ଗଲ୍ଫ ନ୍ୟୁଜର ଖବର ଅନୁସାରେ ଆମ୍ବ ଚୋରାଇବାର ସଂପୂର୍ଣ୍ଣ ଘଟଣାରେ ସିସିଟିଭିରେ କଏଦ ହୋଇ ଯାଇଥିଲା । ସିସିଟିଭିରୁ ମିଳିଲାଯେ ଯୁବକ ଜଣକ ଭାରତ ଯାଉଥିବା ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଆମ୍ବ ଚୋରି କରିଥିଲେ । ପୋଲିସ ପଚରାଉଚରା କରିବା ପରେ ଯୁବକ ଜଣକ ହଁ ମଧ୍ୟ କହିଥିଲେ, କିନ୍ତୁ ଚୋରି ଅଭିଯୋଗକୁ ଖଣ୍ଡନ କରିଥିଲେ । ବର୍ତ୍ତମାନ କୋର୍ଟରେ ଅପିଲ କରିବା ପାଇଁ ବ୍ୟକ୍ତିଙ୍କ ନିକଟରେ ୧୫ ଦିନ ସମୟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More