Only for Entertainment

ଯେତେ ଚେଷ୍ଟା କଲେ ମଧ୍ୟ ତରକାରୀରେ ରଙ୍ଗ ଆସୁନଥିଲେ ଆପଣାନ୍ତୁ ଏହି ଟିପ୍ସ । ଚୁଟକୀରେ ବଦଳିବ ତରକାରୀର ରଙ୍ଗ ।

ndtv
44

ନା ଆମେ ଆମେରିକାନ ନା ଚାଇନିଜ । ତରକାରୀର କୌଣସି ଆବଶ୍ୟକତା ପଡ଼େ ନାହିଁ । ଆମେ ଭାରତୀୟ ରୁଟି ହେଉ ବା ଭାତ ତା ସହିତ ଆମକୁ ଗୋଟିଏ ହେଉ ନା କାହିଁକି ତରକାରୀ ଦରକାର । ଭାରତ ଭଳି ଅନ୍ୟ ଦେଶରେ ତରକାରୀର ସ୍ୱାଦ ସେମାନେ ନେଇପାରନ୍ତି ନାହିଁ । ଭାରତରେ ଆମ ତରକାରୀରେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲାର ସ୍ୱାଦ ବା ଆଉଁ କେଉଁଠାରେ ମିଳିବ? ତେବେ ତରକାରୀର ଯଦି ରଙ୍ଗ ଦେଖିବାକୁ ଆକର୍ଷିତ ହୋଇନଥାଏ ତେବେ ଖାଇବାର ଇଛା ଦିଗୁଣା କମ ହୋଇଯାଏ । ଯେତେ ଚେଷ୍ଟା କଲେ ମଧ୍ୟ ତରକାରୀରେ ସୁନ୍ଦର ଓ ଆକର୍ଷଣୀୟ ରଙ୍ଗ ଆସିପାରେ ନାହିଁ । ଏହା କିଭଳି ସମ୍ଭବ ହେବ ଆସନ୍ତୁ ଆଲୋଚନା କରିବା ।

୧. ଏକ ପାତ୍ରରେ ପାଣି ନିଅନ୍ତୁ । ସେଥିରେ କିଛି ବ୍ଲାକ ଟି ପତି ପକାନ୍ତୁ ।
୨. ଏହାର ରଙ୍ଗ ବଦଳିବା ପର୍ଯ୍ୟନ୍ତ ଫୁଟାନ୍ତୁ ।
୩. ଆକର୍ଷଣୀୟ ରଙ୍ଗ ପାଇବା ପାଇଁ ଏହାକୁ ଆପଣଙ୍କ ତରକାରୀରେ ପକାନ୍ତୁ ।
୪. ଏହା ବ୍ୟତୀତ ଆପଣ ଟି ବ୍ୟାଗକୁ ମଧ୍ୟ କିଛି ସମୟ ପାଇଁ ତରକାରୀରେ ପକାଇ ରଖି ପାରିବେ ।
୫. କେବଳ ସେତିକି ନୁହେଁ ଚା ପତିକୁ ଏକ ପତଳା ପରିଷ୍କାର କପଡ଼ାରେ ବାନ୍ଧି ତରକାରୀରେ କିଛି ସମୟ ପାଇଁ ପକାଇ ପାରିବେ । ରଙ୍ଗ ପାଇବା ପରେ ତାହାକୁ ବାହାର କରି ଦିଅନ୍ତୁ । ତେବେ ଯେତେବେଳେ ଆପଣ ଛୋଲେକୁ ପ୍ରେସର କୁକୁରରେ ବସାନ୍ତି ସେହି ସମୟରେ ମଧ୍ୟ ରଙ୍ଗ ପାଇବା ପାଇଁ ଟି-ବ୍ୟାଗ ପକାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More