Only for Entertainment

‘ଆମେରିକା’ଜ ଗଟ ଟ୍ୟାଲେଂଟ’ରେ ଭାରତୀୟ ଡ୍ୟାନ୍ସରଙ୍କ ଜଲୱା ।

kanaklifestyle
38

ବିଭିନ୍ନ ସମୟରେ ଦେଖିବାକୁ ମିଳେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପିଲାମାନେ ଭିନ୍ନ ଭିନ୍ନ ବଡ଼ ବଡ଼ ରିଆଲିଟି ଶୋ’କୁ ଯାଇ ଓଡ଼ିଶାର ନା କରନ୍ତି । ତାହା ଡ୍ୟାନ୍ସରେ ହେଉ ବା ଗୀତରେ । ସେ କ୍ରିଷ୍ଣା ଡ୍ୟାନ୍ସ ଗ୍ରୁପ ହୁଅନ୍ତୁ ବା ଅନନ୍ୟା ନନ୍ଦ ଏବଂ ଋତୁରାଜ ମହାନ୍ତି । ଏ ସମସ୍ତେ ଆମ ଓଡ଼ିଶାକୁ ଦେଶରେ ପରିଚିତ କରିଛନ୍ତି ଏବଂ ପରିଚିତ କରିବାର ମାଧ୍ୟମ କିଛି ନିଆରା । କିନ୍ତୁ ଏହିଥର ଆମେ ଆପଣଙ୍କୁ କହୁଛୁ ଏଭଳି ଏକ ଘଟଣା ବିଷୟରେ ଯାହାକୁ ପଢିଲେ ବା ଜାଣିଲେ ଆପଣ ଖୁସି ନ ହୋଇ ରହିପାରିବେ ନାହିଁ । ଆଜ୍ଞା ହଁ ଆମେ ଆଲୋଚନା କରୁଛୁ ମୁମ୍ବାଇର ଏକ ଡ୍ୟାନ୍ସ ଗ୍ରୁପ ବିଷୟରେ । ଯେଉଁମାନଙ୍କ ପାଖରେ ନା ରହିଛି ବିଶେଷ ଶିକ୍ଷାଗତ ଯୋଗ୍ୟତା ନା ସୁନ୍ଦର ଜୀବନଶୈଳୀ । ତଥାପି ସେମାନେ ସଂଘର୍ଷ କରୁଛନ୍ତି । କୁହାଯାଏ ଦୃଢ ମନୋବଳ ଏବଂ ଇଛାଶକ୍ତି ଥିଲେ ସବୁ ସମ୍ଭବ । ଯାହାକୁ ପ୍ରମାଣିତ କରିଛନ୍ତି ଏହି କୁନି କୁନି ଡ୍ୟାନ୍ସରମାନେ ।

ବାସ୍ତବରେ ମୁମ୍ବାଇରୁ ଯାଇଥିବା ଏହି ଡ୍ୟାନ୍ସରମାନେ ଏତେ ଭଲ ଡ୍ୟାନ୍ସ କଲେଯେ ସେଠାରେ ଉପସ୍ଥିତ ସମସ୍ତ ଦର୍ଶକ ତାଙ୍କୁ ଷ୍ଟାଣ୍ଡିଂ ଓଭେସନ ଦେଲେ । ଭାରତୀୟ ଡ୍ୟାନ୍ସର ଆମେରିକା ରିଆଲିଟି ଶୋ’ରେ ଡ୍ୟାନ୍ସ କରିବା ନିହାତି ଭାବରେ ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More