Only for Entertainment

ବାଲି ବୁଲିବା ପାଇଁ ଯାଇଥିଲେ ଭାରତୀୟ ପରିବାର, ହୋଟେଲ ରୁମରୁ ଚୋରି କଲେ ଜିନିଷ, ଭିଡିଓ ଭାଇରାଲ !

111

ହୋଟେଲ ରୁମରୁ ଜିନିଷ ଚୋରୀ କରିଥିବା ଭାରତୀୟ ପର୍ଯ୍ୟଟକଙ୍କ ଲଜ୍ଜାଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୨ମିନିଟ ୨୦ସେକେଣ୍ଡର ଏହି ଭିଡିଓ ଇଣ୍ଡୋନେସିଆର ବାଲୀ ସହରର ଅଟେ, ଯେଉଁଥିରେ ଜଣେ କର୍ମଚାରୀ ରିସର୍ଟ ବାହାରେ ଭାରତୀୟ ପରିବାରଙ୍କ ବ୍ୟାଗର ଯାଂଚ କରୁଛନ୍ତି । ପ୍ରଥମେ ଏହି ଭାରତୀୟ ପରିବାର ହୋଟେଲ ଷ୍ଟାଫଙ୍କ ସହ ଯୁକ୍ତି ତର୍କ କରିଥିଲେ । ମାତ୍ର ଏହାପରେ ମଧ୍ୟ ହୋଟେଲ କର୍ମଚାରୀ ତାଙ୍କ ଜିନିଷର ଯାଂଚ କରିଛନ୍ତି । ସେ ଅନେକ ଜିନିଷ ତାଙ୍କ ବ୍ୟାଗରୁ ବାହାର କରିଥିଲେ ଯାହା ସେ ହୋଟେଲ ରୁମ୍ ମଧ୍ୟରୁ ଚୋରୀ କରିଥିଲେ ।

ଏଥିରେ ତଉଲିଆ, ଇଲେକ୍ଟ୍ରୋନିକ ଏବଂ ସାଜବାଜ ଜିନିଷ ବ୍ୟତୀତ ଆହୁରି ଅନେକ ଜିନିଷ ମଧ୍ୟ ସାମିଲ ଥିଲା । ଭିଡିଓରେ ମହିଳା ଜଣକ ଜଣେ ବ୍ୟକ୍ତିଙ୍କୁ କହୁଛନ୍ତି , ‘ସେ କ୍ଷମା ମାଗୁଛନ୍ତି, ଏହା ଏକ ପାରିବାରିକ ଟୁର । ଏହି ଜିନିଷର ସେ ସମସ୍ତ ଟଙ୍କା ଦେଇଦେବେ ଏବଂ ତାଙ୍କୁ ଯିବା ଲାଗି ଅନୁମତି ମାଗିଛନ୍ତି । କାରଣ ବିଳମ୍ବ ହେଲେ ତାଙ୍କ ଫ୍ଲାଇଟ ମିସ୍ ହୋଇଯିବ । କେହି ଜଣେ କହୁଛି ସବୁ ଟଙ୍କା ସେ ଦେଇଦେବେ ମାତ୍ର କର୍ମଚାରୀ ଟଙ୍କା ନେବା ପାଇଁ ଅସ୍ୱୀକାର କରିଦେଇଛନ୍ତି ।

ଏହି ଭିଡିଓକୁ ହେମନ୍ତ ନାମକ ବ୍ୟକ୍ତି ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି ଭାରତ ପାଇଁ ଏହା ଏକ ନିନ୍ଦନୀୟ ଘଟଣା ଅଟେ । ଯେଉଁମାନଙ୍କ ପାଖରେ ପାସପୋର୍ଟ ଅଛି , ସେ ଭାବିବା ଉଚିତ ସେ ଜଣେ ଭାରତୀୟ ଆମ୍ବାସାଡର ଏବଂ ସେହିଭଳି କାର୍ଯ୍ୟକଳାପ କରିବା ଉଚିତ । ଭାରତ ଏହି ଭଳି ଲୋକଙ୍କ ପାସପୋର୍ଟକୁ ରଦ୍ଧ କରିଦେବା ଉଚିତ, ଯେଉଁମାନେ ଏଭଳି ନିନ୍ଦାଜନକ କାମ କରୁଛନ୍ତି । ଏହି ପୋଷ୍ଟରେ ସମସ୍ତଙ୍କ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଛି ଏବଂ ଭିଡିଓଟି ଧୀରେ ଧୀରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More