Only for Entertainment

ବାଲାକୋଟ ଏୟର ଷ୍ଟ୍ରାଇକରେ ଚିନ୍ତିତ ପାକିସ୍ତାନ, ରିଲିଜ ହେବାକୁ ଦେବ ନାହିଁ ଭାରତୀୟ ସିନେମା ।

jansatta
140

ପାକିସ୍ତାନ ସରକାର ମଙ୍ଗଳବାରକୁ କହିଛନ୍ତିଯେ ଭାରତର କୌଣସି ଫିଲ୍ମ ତାଙ୍କ ଦେଶରେ ରିଲିଜ ହେବାକୁ ଦେବେ ନାହିଁ । ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟରେ ମଙ୍ଗଳବାରକୁ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ବମ ପକାଇ ଉଡ଼ାଇ ଦେବା ପରେ ପାକିସ୍ତାନ ସରକାର ଭାରତୀୟ ସାମଗ୍ରୀ ଉପରେ ରୋକ ଲଗାଇବାକୁ କହିଛନ୍ତି । ଦେଶର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଚୌଧରୀ ଫବଦ ହୁସୈନଙ୍କ କହିବା ଅନୁସାରେ ଦେଶର ଫିଲ୍ମ ପ୍ରଦର୍ଶକ ଏସୋସିଏସନ ଭାରତୀୟ ଫିଲ୍ମକୁ ବହିଷ୍କାର କରିବ । ସେ ଏହା ମଧ୍ୟ କହିଛନ୍ତିଯେ ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧିକରଣଙ୍କୁ ‘ଭାରତରେ ପ୍ରସ୍ତୁତ ବିଜ୍ଞାପନ’କୁ ପ୍ରସାରଣ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ବାୟୁସେନାର ଆକ୍ରମଣ ପରେ ପାକିସ୍ତାନ ଚିନ୍ତିତ ହୋଇଯାଇଛି ।

ବାଲାକୋଟ ଠାରେ ଆତଙ୍କବାଦୀ ଶିବିର ଗଢିଥିବା କଥାକୁ ମନା କରିଛି ପାକିସ୍ତାନ । ଏବଂ ସଂଯୁକ୍ତ ରାଷ୍ଟ୍ର ଏବଂ ଅନ୍ୟ ଅନ୍ତଃରାଷ୍ଟ୍ରୀୟ ମଂଚ ଉପରେ ଏହି ଘଟଣା କଥା ଉଠାଇବ ବୋଲି କହିଛି ପାକିସ୍ତାନ । ଏହା ସହିତ ସମୟ ଦେଖି ଜୱାବ ଦେବ । ତେବେ ଏହି ଆକ୍ରମଣ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ବାସୀଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବାକୁ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More