Only for Entertainment

କେବିସି’ରେ ହକି ଟିମ, କ୍ୟାପଟେନ ଦେଲେ ଏଭଳି ଉତ୍ତର ଆଖିରେ ଭରିଗଲା ଲୁହ !

46

ଅମିତାଭ ବଚ୍ଚନଙ୍କ କୌନ ବନେଗା କରୋଡପତିରେ ଶୁକ୍ରବାର କରମବୀର ଏପିସୋଡ ପ୍ରସାରିତ କରାଯାଇଥିଲା । ଏଥିରେ ଭାରତୀୟ ହକି ଟିମ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ଟିମର କ୍ୟାପଟେନ ସରଦାର ସିଂ ହଟ ସିଟରେ ନଜର ଆସିଥିଲେ ।

ଏହି ଭାରତ ଦେଶର ମୁଣ୍ଡ ସେତେବେଳେ ଟେକ ରଖିଥିଲା ଯେତେବେଳେ ବିଶ୍ୱର ସର୍ବଶ୍ରେଷ୍ଠ ୫ମ ସ୍ଥାନରେ ଭାରତ ହକି ଟିମ ସାମିଲ ହୋଇଥିଲା ବୋଲି ଅମିିତାଭ କହିଥିଲେ । । ୨୮ନଭେମ୍ବରରେ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ୱକପରେ ଏହି ଟିମ ପୁଣିଥରେ ଇତିହାସ ରଚିବାକୁ ପ୍ରୟାସ କରିବ ବୋଲି କହିଛନ୍ତି ଟିମ କ୍ୟାପଟେନ ।

ଯେତେବେଳେ ହଟ ସିଟରେ ବସିଥିବା ସରଦାରଙ୍କୁ ଅମିତାଭ ପ୍ରଶ୍ନ କରିଥିଲେ ଯେ ଅବସରପ୍ରାପ୍ତ ହେବା ପରେ ଆପଣ କେଉଁ ଜିନିଷକୁ ଅଧିକ ମିସ୍ କରିବେ । ସିଂ ଏହି ପ୍ରଶ୍ନର ଏଭଳି ଉତ୍ତର ଦେଇଥିଲେ ଯାହା ଶୁଣି ସେଠାରେ ଉପସ୍ଥିତ ଥିବା ଦର୍ଶକ ଏବଂ ଅନ୍ୟ ଦର୍ଶକ ଇମୋସନାଲ ହୋଇଯାଇଥିଲେ । ସେ କହିଥିଲେ ଯେ ତାଙ୍କ ‘ଜର୍ସିରେ ଲେଖା ଯାଇଥିବା ୫ଅକ୍ଷର INDIAକୁ ସେ ଅଧିକ ମନେ ପକେଇବେ । ଏହାସହ ମ୍ୟାଚ ପୂର୍ବର ରାଷ୍ଟ୍ରଗାନ ଏବଂ ମ୍ୟାଚ ପୂର୍ବରୁ ଉପରକୁ ଚଢା ଯାଉଥିବା ଜାତୀୟ ପତାକାକୁ ଖୁବ ମିସ କରିବେ ବୋଲି ସରଦାର କହିଥିଲେ ।’ ଏହାସହ ସେ କହିଥିଲେ ରୁମ ଭିିତରେ ସାଙ୍ଗ ମାନଙ୍କ ସହ ବିତାଇଥିବା ମୂହୂର୍ତ୍ତକୁ ମଧ୍ୟ ମନେ ପକାଇବେ । ସରଦାରଙ୍କ ଏହି କଥା ଶୁଣି ସମସ୍ତଙ୍କ ଆଖି ଲୁହରେ ଭରି ଯାଇଥିଲା ।

ପ୍ରତିଯୋଗୀ ରୁପରେ ଶୁକ୍ରବାର ହରିୟାଣାର ଗୁରୁଗ୍ରାମରେ ଏକ କମ୍ପାନୀରେ ଥିବା ମ୍ୟାନେଜର ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ଫାଷ୍ଟେଷ୍ଟ ଫିଙ୍ଗର ଫର୍ଷ୍ଟ ରାଉଣ୍ଡ ଜିତି ଯେତେବେଳେ ସେ ୫କୁ ଆସିଥିଲେ , କହିଥିଲେ ଯେ ସେ ଅମିତାଭଙ୍କ ଭାଣିଜି ଅଟନ୍ତି ଏବଂତାଙ୍କ ଜନ୍ମଦିନରେ ବର୍ଥଡେ ଗିଫ୍ଟ ହୋଇ ଆସିଛନ୍ତି । ଏହା ଦେଖି ବିଗବିଙ୍କ ସହ ଅନ୍ୟମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ସେ କହିଥିଲେ ଯେ ପିଲାଟି ଦିନରୁ ସେ ଅମିତାଭଙ୍କୁ ପମପମ ଚାଚୁ ବୋଲି ଡାକୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More