Only for Entertainment

ଇଣ୍ଡିଆନ ଆଇଡଲ-୧୦ର ବିଜେତା ହେଲେ ସଲମାନ ଅଲ୍ଲୀ, କାନ୍ଦି ପକାଇଲେ ଗରୀବ ବାପା-ମା ।

Firstpost Hindi
15

ପଢନ୍ତୁ ସଲମାନଙ୍କ ସଫଳତାର କାହାଣୀ ।ସଲମାନ ଅଲ୍ଲୀ ଇଣ୍ଡିଆନ ଆଇଡଲ-୧୦ର ଟାଇଟଲ ନିଜ ନାମରେ କରିଛନ୍ତି । ୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ଟାଇଟଲ ହାସିଲ କରିଛନ୍ତି । ସଲମାନଙ୍କୁ ସବୁଠାରୁ ଅଧିକ ଭୋଟ ମିଳିଥିଲା । ସଲମାନୁଙ୍କୁ ବିଜେତା ଘୋଷଣା କରିବା ପରେ ସେଠାରେ ଉପସ୍ଥିତ ତାଙ୍କ ବାପା-ମା ଖୁସିରେ କାନ୍ଦି ପକାଇଥିଲେ । ପ୍ରତିଯୋଗୀତାରେ ଅଙ୍କୁଶ ପ୍ରଥମ ରନର୍ସ ଅପ ହୋଇଥିବା ବେଳେ ନିଲାଞ୍ଜନା ଦ୍ୱିତୀୟ ରନର୍ସ ଅପ ହୋଇଥିଲେ । ଇଣ୍ଡିଆନ ଆଇଡଲ ପର୍ଯ୍ୟନ୍ତ ସଲମାନଙ୍କ ଯାତ୍ରା ଖୁବ କଷ୍ଟଭରା ଥିଲା । ଛୋଟ ସହରରୁ ଆସିଥିବା ସଲମାନ ପୁଣିଥରେ ହରିଆଣାର ନାଁକୁ ପୂରା ଦେଶରେ ଆଲୋକିତ କରିଛନ୍ତି । ଆସନ୍ତୁ ଜାଣିବା ସଲମାନଙ୍କ ସଫଳତାର କାହାଣୀ ବିଷୟରେ-

salman1-759

ସଲମାନ ଅଲ୍ଲୀ ହରିଆଣାର ନୂହର ପୁହ୍ନାନାର ବାସିନ୍ଦା । ସଲମାନ ଖୁବ ଗରିବ ପରିବାରରୁ ଆସିଛନ୍ତି । ତାଙ୍କର ପରିବାର ମିରାସୀ ସମାଜର ହୋଇଥିବାରୁ ସେମାନେ ଗୀତ ଗାଇ ପୁରିବାର ପୋଷଣ କରିଥାନ୍ତି । ଏପରି ସ୍ଥଳରେ ସଲମାନଙ୍କ ଠାରେ ଗୀତ ଗାଇବାର ପ୍ରତିଭା ପ୍ରଥମରୁ ହିଁ ରହିଛି । ସେ ଖୁବ ଛୋଟ ବୟସରୁ ଜାଗରଣରେ ଗୀତ ଗାଇବା ଆରମ୍ଭ କରିଥିଲେ । ୨୦୧୦-୨୦୧୧ରେ ଜୀ ଟିଭିରେ ପ୍ରସାରିତ ଲିଟିଲ ଚାମ୍ପିଆନରେ ସେ ରନର୍ସ ଅପ ହୋଇଥିଲେ ।

salman

ଚାରି ପିଢି ଗୀତ ଗାଇ ପରିବାର ପୋଷଣ କରୁଥିବା ସଲମାନଙ୍କ ପରିବାର କେବେ ଭାବିନଥିଲେ ଯେ ତାଙ୍କର ପୁଅ ଦିନେ ପରିବାର ନାଁକୁ ଏତେ ଉଚ୍ଚକୁ ନେଇଯିବ । ତାଙ୍କ ପିତା କାସିସ ଅଲୀ କହିଥିଲେ ପୁଅର ଗୀତ ଗାଇବାର ସକ୍ଷମତାକୁ ନେଇ ସେ ଗର୍ବ ଅନୁଭବ କରନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ପ୍ରଥମେ ତାଙ୍କ ଘରେ ଟିଭି ନଥିଲା ଟିଭି ଦେଖିବା ପାଇଁ ତାଙ୍କୁ ପଡିଶା ଘରକୁ ଯିବାକୁ ପଡୁଥିଲା । ୫ ଭାଇ ଭଉଣୀଙ୍କ ମଧ୍ୟରେ ସାନ ସଲମାନ ଇଣ୍ଡିଆନ ଆଇଡଲକୁ ଆସିବା ପାଇଁ ଖୁବ ପରିଶ୍ରମ କରିଥିଲେ ଶେଷରେ ଏହାର ଫଳ ତାଙ୍କୁ ମିଳିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More