Only for Entertainment

ପ୍ରତିଯୋଗୀଙ୍କ ଆର୍ଥିକ ଅବସ୍ଥା ଦେଖି ଭାବୁକ ହେଲେ ନେହା, ଦେଲେ ୨ ଲକ୍ଷ ଟଙ୍କାର ସହାୟତା

IWMBuzz
41

ଇଣ୍ଡିଆନ ଆଇଡୋଲ ସିଜିନ୍-୧୧ର ଜଣେ ପ୍ରତିଯୋଗୀଙ୍କୁ ଆର୍ଥିକ ସହାୟତା ‌ଯୋଗାଇ ଦେଇ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡ କଣ୍ଠଶିଳ୍ପୀ ନେହା କକ୍କର। ପୂର୍ବରୁ ଅନ୍ୟକୁ ସାହାଯ୍ୟ କରିବା କାମ ପାଇଁ ନେହା ଚର୍ଚ୍ଚାକୁ ଆସି ସାରିଥିବା ବେଳେ ଏବେ ପୁଣି ଥରେ ସେ ଅନ୍ୟ ଜଣେ ପ୍ରତିଯୋଗୀଙ୍କୁ ନିଜ ସହାୟତାର ହାତ ବଢ଼ାଇଛନ୍ତି।

ଇଣ୍ଡିଆ ଟୁଡେର ଖବର ମୁତାବକ, ପ୍ରତିଯୋଗୀ ସନ୍ନି ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ରୋଶନ ଅଲ୍ଲୀଙ୍କ ସହ ମିଶି ସଙ୍ଗୀତ ପରିବେଷଣ କରିଥିଲେ। ଏହା ପରେ ସନ୍ନି ତାଙ୍କ ଜୀବନ ସଂଘର୍ଷର କାହଣୀ ସମସ୍ତଙ୍କ ଆଗରେ ରଖିଥିଲେ। ସେ କହିଥିଲେ କି, ଦିନ ଥିଲା ମୁଁ ନୁସରତ ଫତେହ ଅଲ୍ଲୀ ଖାନଙ୍କ ସହ ମିଶି ଗୀତ ଗାଉଥିଲି। କିନ୍ତୁ ମୋ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ମୁଁ ନୁସରତଙ୍କ ଟିମ୍ ଛାଡ଼ିବାକୁ ବାଧ୍ୟ ହୋଇଥିଲି। ଯାହା ପରେ ମୋର ଆର୍ଥିକ ସମସ୍ୟା ଆରମ୍ଭ ହୋଇଥିଲା। ‌ସନ୍ନିଙ୍କ ଏଭଳି ଦୁଃଖଭରା କାହାଣୀ ଶୁଣି ମଞ୍ଚରେ ବସିଥିବା କଣ୍ଠଶିଳ୍ପୀ ନେହା କକ୍କର ନିଜ କୋହକୁ ସମ୍ବରଣ କରି ରଖିପାରି ନଥିଲେ।

 

View this post on Instagram

 

🙏🙏

A post shared by sunny (@sunny_hindustaniofficial) on

ଏହା ପରେ ସେ ସଙ୍ଗେ ସଙ୍ଗେ ସନ୍ନିଙ୍କୁ ୨ଲକ୍ଷ ଟଙ୍କା ନିଜ ତରଫରୁ ସାହାଯ୍ୟ ଆକାରରେ ଦେବା ପାଇଁ ଘୋଷଣା କରିଥିଲେ। ନେହାଙ୍କ ଏଭଳି କାମକୁ ଅନ୍ୟ ଦୁଇ ବିଚାରକଙ୍କ ସମେତ ତାଙ୍କ ପ୍ରଶଂସକମାନେ ମଧ୍ୟ ପ୍ରଶଂସା କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More