Only for Entertainment

ସଂଘର୍ଷର ଅନ୍ୟ ଏକ ରୂପ: ଇଣ୍ଡିଆନ ଆଇଡଲରେ ପହଂଚିଲେ ୧୬ ବର୍ଷର ଅବୋଲି, କାହାଣୀ ଜାଣି ସ୍ତବ୍ଧ ହୋଇଗଲେ ନେହା କକ୍କର

aajtak
38

ସିଙ୍ଗିଙ୍ଗ ରିଆଲିଟି ଶୋ ଇଣ୍ଡିଆନ ଆଇଡଲ ଆଜି ଶନିବାର ରାତି ୮ଟାରେ ଆରମ୍ଭ ହେବାକୁ ଯାଉଛି । ଶୋ’କୁ ନେଇ ଜବରଦସ୍ତ ମାହୋଲ ସୃଷ୍ଟି ହୋଇଛି । ଶୋ’ର କେତେକ ପ୍ରମୋ ରିଲିଜ ହୋଇ ସାରିଛି । ଏବେ ସାମ୍ନାକୁ ଆସିଛି ଏକ ନୂଆ ପ୍ରମୋ । ପ୍ରମୋକୁ ନେହା କକ୍କର ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି । ଏହି ନୂଆ ପ୍ରମୋ ଖୁବ ଇମୋଶନାଲ ।

 

ବାସ୍ତବରେ ଶୋ’ରେ ଅଡିସନ ପାଇଁ ପହଂଚିଥିଲେ ୧୬ ବର୍ଷର ଅବୋଲି । ଯାହାକୁ ଦେଖିବା ପରେ ନେହା କହିଲେ ଏହି ରିଆଲିଟି ଶୋ ଛୋଟ ପିଲାଙ୍କ ପାଇଁ ନୁହେଁ । ସେହି ସମୟରେ ଅବୋଲିଙ୍କ ମା କହୁଛନ୍ତି ସେ ୧୬ ବର୍ଷର । ଏହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଅବୋଲିଙ୍କ କାହାଣୀ ଶୁଣି ସମସ୍ତ ଜଜ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିବାର ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More