Only for Entertainment

ଆକାଶଗଙ୍ଗାରେ ୨୮ଟି ନୂଆ ତାରାଙ୍କୁ ଖୋଜି ପାଇଲେ ଭାରତୀୟ ବୈଜ୍ଞାନିକ, ପ୍ରତ୍ୟେକ ତାରାର ବଦଳୁଛି ଚମକ

Deccan Herald
39

ଆର୍ଯ୍ୟଭଟ୍ଟ ରିସର୍ଚ୍ଚ ଇଣ୍ଟିଷ୍ଟ୍ୟୁଟ ଅଫ ଅବଜରଭେସନାଲ ସାଇନ୍ସ (ଏଆରଆଇଇଏସ)ର ବୈଜ୍ଞାନିକ ଆକଶଗଙ୍ଗା ଗ୍ୟାଲେକ୍ସିରେ ୨୮ଟି ପରିବର୍ତ୍ତନଶୀଳ ତାରାର ସନ୍ଧାନ କରିଛନ୍ତି । ଏହି ସଂସ୍ଥାର ନିର୍ଦ୍ଦେଶକ ବହାବଉଦ୍ଦିନ ନୂଆ ପରିବର୍ତ୍ତନଶୀଳ ତାରାର ସନ୍ଧାନକୁ ଏକ ଦୁର୍ଲଭ ଉପଲବ୍ଧି ବୋଲି କହିଛନ୍ତି । ସବୁଠାରୁ ଖାସ କଥା ହେଉଛି ଏହି ତାରା ଗୁଡିକର ଚମକରେ ପରିବର୍ତ୍ତନ ହେଉଛି ।

ସଂସ୍ଥାର ପୂର୍ବ ନିର୍ଦ୍ଦେଶକ ତଥା ସଂସ୍ଥାର ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅନିଲ ପାଣ୍ଡେ କହିଛନ୍ତି ଯେ, ପ୍ରଥମଥର ପାଇଁ ‘କୋମା ବେରେନାଇସିସ’ ତାରାମଣ୍ଡଳର ଗ୍ଲୋବୁଲାର କ୍ଲଷ୍ଟର ‘ଏନଜିସି ୪୧୪୭’ରେ ଏହି ତାରା ଗୁଡିକର ସନ୍ଧାନ କରାଯାଇଛି । ଏହି ତାରାମଣ୍ଡଳ ପୃଥିବୀର ଅତି ନିକଟରେ ଅବସ୍ଥିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More