Only for Entertainment

ପାକିସ୍ତାନର ପ୍ରସିଦ୍ଧ ଗୀତରେ ମସ୍ତୀ କରୁଥିବାର ନଜର ଆସିଲେ ଭାରତୀୟ ସୈନିକ ।

27

ସଙ୍ଗୀତ କୌଣସି ସୀମା ମାନେ ନାହିଁ । ନା ଜାତି ଭେଦ ନା ରଙ୍ଗ । ପ୍ରତ୍ୟେକଟି ଶବ୍ଦ ହୃଦୟକୁ ଛୁଇଁଯାଏ । ତେବେ ନିକଟରେ ସେହିଭଳି କିଛି ଘଟଣା ଦେଖିବାକୁ ମିଳିଛି । ଯାହା ଏହି କଥାକୁ ପ୍ରମାଣ କରିଛି । ବାସ୍ତବରେ ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ପାକିସ୍ତାନୀ ଗୀତରେ ଭାରତୀୟ ସୈନିକ ମସ୍ତୀ କରୁଥିବାର ନଜର ଆସିଛି । ୩୦ ସେକେଣ୍ଡର ଏହି ଭିଡ଼ିଓରେ ସୈନିକ ଧଳା ପୋଷାକରେ ନଜର ଆସିଛନ୍ତି । ୧୯୮୭ରେ ରିଲିଜ ହୋଇଥିବା ପାକିସ୍ତାନୀ ଗୀତ ହୱା ହୱାରେ ଡ୍ୟାନ୍ସ କରୁଛନ୍ତି ସୈନିକ । କେବଳ ସେତିକି ନୁହେଁ ଯେଉଁଭଳି ସେମାନେ ଖୁସିରେ ଝୁମୁଛନ୍ତି ଆପଣ ଦେଖିଲେ ମଧ୍ୟ ଆନନ୍ଦ ଲାଗିବ ।

ଏହି ଭିଡ଼ିଓ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେଉଛି । ଡ୍ୟାନ୍ସ କରୁଥିବା ଜଣେ ଜୱାନଙ୍କ ହାତରେ ଏକ କୁକୁର ମଧ୍ୟ ନଜର ଆସିଛି । ତେବେ ବିପରୀତ ପରିସ୍ଥିତିରେ ସେମାନେ ଯେଉଁଭଳି ଖୁସି ମନାଉଛନ୍ତି ତାହା ଦେଖି ସମସ୍ତେ ସାଲ୍ୟୁଟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More