Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଇଣ୍ଡିଆନ ଷ୍ଟାଇଲ ମସଲା ପାସ୍ତା

Archana's Kitchen
0 92

ଫାଷ୍ଟଫୁଡର ନା ଶୁଣିଲେ ପିଲାମାନେ ଭୋକ ଲାଗିବାର ବାହାନା କରିଥାନ୍ତି । ଛୋଟ ହୁଅନ୍ତୁ କି ବଡ ପାସ୍ତା ସମସ୍ତଙ୍କୁ ପସନ୍ଦ । ଆଜି ଆମେ ଆପଣଙ୍କୁ ଇଣ୍ଡିଆନ ଷ୍ଟାଇଲ ମସଲା ପାସ୍ତାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ କହିବାକୁ ଯାଉଛୁ । ଏହା ଖାଇବା ପାଇଁ ସ୍ୱାଦିଷ୍ଟ ହେବା ସହିତ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଖୁବ ସହଜ । ତେବେ ଆସନ୍ତୁ ଜାଣିବା ଇଣ୍ଡିଆନ ଷ୍ଟାଇଲ ମସଲା ପାସ୍ତାର ପ୍ରସ୍ତୁତି ପ୍ରଣାଳୀ…

ସାମଗ୍ରୀ-

ଅଲିଭ ଅଏଲ- ୨ ଚାମଚ
ରସୁଣ- ୧/୨ ଚାମଚ
ପିଆଜ- ୬୫ ଗ୍ରାମ
ଟମାଟୋ ପ୍ୟୁରୀ- ୬୫ ଗ୍ରାମ
ହଳଦୀ- ୧/୪ ଚାମଚ
ଲଙ୍କା ଗୁଣ୍ଡ- ୧/୨ ଚାମଚ
ଜୀରା ପାଉଡର- ୧/୨ ଚାମଚ
ଧନିଆ ପାଉଡର- ୧/୨ ଚାମଚ
ଲୁଣ- ସ୍ୱାଦ ଅନୁସାରେ
ସୁଗାର ପାଉଡର- ୧/୪ ଚାମଚ
ଗରମ ସମଲା- ୧/୪ ଚାମଚ
ସିଝା ପାସ୍ତା- ୨୦୦ ଗ୍ରାମ
ଧନିଆ ପତ୍ର

ପ୍ରଣାଳୀ-

– ପ୍ରଥମେ ପ୍ୟାନ ଗରମ କରି ସେଥିରେ ୨ ଚାମଚ ଅଲିଭ ଅଏଲ ନିଅନ୍ତୁ । ତେଲ ଗରମ ହୋଇଗଲା ପରେ ରସୁଣ ପକାଇ ବ୍ରାଉନ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।
– ବର୍ତ୍ତମାନ ଏଥିରେ ୬୫ ଗ୍ରାମ ଟମାଟୋ ପ୍ୟୁରୀ, ୧/୪ ଚାମଚ ହଳଦୀ, ୧/୨ ଚାମଚ ଲଙ୍କା ଗୁଣ୍ଡ, ୧/୨ ଚାମଚ ଜୀରା ପାଉଡର, ୧/୨ ଚାମଚ ଧନିଆ, ୧/୨ ଚାମଚ ଲୁଣ, ୧/୪ ସୁଗାର ପାଉଡର, ୧/୪ ଚାମଚ ଗରମ ମସଲା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ।
– ମସଲା ମିଶି ଗଲା ପରେ ଏଥିରେ ୨୦୦ ଗ୍ରାମ ସିଝା ପାସ୍ତା ମିଶାଇ ୩ ରୁ ୪ ମିନିଟ ପର୍ଯ୍ୟନ୍ତ ରାନ୍ଧନ୍ତୁ ।
– ପ୍ରସ୍ତୁତ ହୋଇଗଲା ଇଣ୍ଡିଆନ ଷ୍ଟାଇଲ ମସଲା ପାସ୍ତା । ଏହାପରେ ଧନିଆ ପତ୍ର ପକାଇ ଗରମ ଗରମ ପରଶନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More