Only for Entertainment

ମୋବାଇଲ ବ୍ୟବହାର କ୍ଷେତ୍ରରେ ଭାରତୀୟ ମହିଳା ପଛରେ : ସର୍ଭେ

YourStory
38

ଭାରତ ଏବେ ବିଶ୍ୱର ଏକ ଦ୍ରୂତତମ ଇଂଟରନେଟ ବହୁଳ ବ୍ୟବହାରକାରୀ ଦେଶ । ହେଲେ ଏହି ଦୌଡ଼ରେ ପଛରେ ପଡ଼ିଯାଇଛନ୍ତି ଭାରତୀୟ ମହିଳା । ଏକ ସଦ୍ୟତମ ସର୍ଭେ ରିପୋର୍ଟରେ ଏହା ଜଣାପଡ଼ିଛି । ପୁରୁଷଙ୍କ ଅପେକ୍ଷା ୨୮ ପ୍ରତିଶତ କମ୍ ମହିଳା ଭାରତରେ ମୋବାଇଲ ଫୋନ କିଣିଥାନ୍ତି । ବିଭିନ୍ନ କ୍ଷେତ୍ରରେ ଲିଙ୍ଗଗତ ଦୂରତା କମି କମି ଯାଉଥିଲା ବେଳେ, ମୋବାଇଲ ଫୋନ ବ୍ୟବହାର କ୍ଷେତ୍ରରେ କେମିତି ଏତେ ପାର୍ଥକ୍ୟ । ୨୦୧୪ ମସିହାରେ ଏକ ସର୍ଭେ ରିପୋର୍ଟ କହିଥିଲା ଯେ ଭାରତରେ ଅଦ୍ଭୂତ ପୂର୍ବ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିଛି । ହେଲେ ଜିଏସଏମଏର ବର୍ତମାନର ରିପୋର୍ଟ କହୁଛି ଯେ, ଭାରତୀୟ ମହିଳା ମୋବାଇଲ ବ୍ୟବହାର କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ଖୁବ୍ ପଛରେ ପଡ଼ିଯାଇଛନ୍ତି । ଖାଲି ମୋବାଇଲ କିଣିବା ନୁହେଁ କି ବ୍ୟବହାର ନୁହେଁ, ଭାରତୀୟ ମହିଳା ଇଂଟରନେଟ ବ୍ୟବହାର କରିବାକୁ ବି ପସନ୍ଦ କରୁନାହାନ୍ତି ।

womenapp

ଭାରତରେ ଇଂଟରନେଟ ସଂଯୋଗ ହୋଇପାରୁଥିବା ମୋବାଇଲ ବ୍ୟବହାରକାରୀ ମହିଳା ବି ଇଂଟରନେଟ ବ୍ୟବହାର କରିବାକୁ ପସନ୍ଦ କରୁନାହାନ୍ତି । ଏହି ତାଲିକାରେ ୫୬ ପ୍ରତିଶତ ମହିଳା ଇଂଟରନେଟ ବ୍ୟବହାର କରିବାକୁ ପସନ୍ଦ କରନ୍ତିନି ବୋଲି ସର୍ଭେ ରିପୋର୍ଟରେ ପ୍ରକାଶିତ ।

ମୋବାଇଲ ବ୍ୟବହାର କରୁଥିବା ସମସ୍ତ ମହିଳାଙ୍କ ଭିତରୁ ମାତ୍ର ୪୨ ପ୍ରତିଶତ ମହିଳା ହିଁ ଇଂଟରନେଟ ବିଷୟରେ ଭଲ ଭାବରେ ବୁଝିଛନ୍ତି । ଅନ୍ୟମାନେ ଇଂଟରନେଟର ବ୍ୟବହାର ବିଷୟରେ ଏତେଟା ଜ୍ଞାନ ନ ରଖୁଥିଲେ ବି ବ୍ୟବହାର କରୁଛନ୍ତି । ସୋସିଆଲ ମିଡ଼ିଆର ବ୍ୟାପକ ବ୍ୟବହାର ହେଉଥିବାରୁ ମହିଳାମାନେ ଏହି ଧାରାରେ ଦ୍ରୂତ ଗତିରେ ସାମିଲ ହେବାରେ ଲାଗିଛନ୍ତି । ଇଂଟରନେଟ ବିଷୟରେ ଜ୍ଞାନ ରଖୁନଥିବା ମହିଳା ବାରମ୍ବାର ସୋସିଆଲ ମିଡ଼ିଆରେ ଅସଦାଚରଣ, ଧମକର ଶିକାର ହେଉଛନ୍ତି । ଜିଏସଏମଏ ଏହି ରିପୋର୍ଟ ବିଷୟରେ କହିଛି ଯେ, ଏହା ଚିନ୍ତାର ବିଷୟ ଆଗାମୀ ଦିନରେ ଏହି ସଂଖ୍ୟାକୁ ବଢ଼ାଇ ମହିଳା ପୁରୁଷଙ୍କ ଭିତରେ ଥିବା ଦୂରତାକୁ କମେଇବାକୁ ହେବ । ଆଉ ସମ ପରିମାଣରେ ମହିଳାମାନଙ୍କୁ ଡିଜିଟାଲ କୋଚିଂର ଆବଶ୍ୟକତା ରହିଛି । ଯାହାଦ୍ୱାରା ମହିଳାମାନେ ସାମାଜିକ ଗଣମାଧ୍ୟମରେ ହେଉଥିବା ଅସଦାଚରଣକୁ ପ୍ରତିବାଦ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More