Only for Entertainment

ବିନା ଅଭିଜ୍ଞତାରେ ଗରୀବ ମହିଳା ଜଣକ ଗାଇଲେ ଏଭଳି ଗୀତ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।

KHABAR NDTV
0 65

ସୋସିଆଲ ମିଡିଆ ଜରିଆରେ ନିଜର ଟ୍ୟାଲେଂଟର ପରିଚୟ ସମସ୍ତଙ୍କ ପାଖରେ ସହଜରେ ପହଂଚି ପାରୁଛି । ରାତାରାତି ବ୍ୟକ୍ତି ଷ୍ଟାର ମଧ୍ୟ ପାଲଟି ଯାଉଛନ୍ତି । ଏହିଭଳି ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ମହିଳା ଫିଲ୍ମ ‘୧୯୪୨ ଏ ଲଭ ଷ୍ଟୋରୀ’ର ଗୀତ ‘କୁଛ ନା କହୋ..’ଗାଇଛନ୍ତି ଏବଂ ଏହାପରେ ସେ ଲତା ମଙ୍ଗେସକରଙ୍କର ଲୋକପ୍ରିୟ ଗୀତ ‘ଏ ମେରେ ବତନ କେ ଲୋଗୋଁ’ଗାଇଛନ୍ତି । ଏହାଶୁଣି ଲୋକମାନେ ତାଙ୍କ ସ୍ୱରରେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । ଦେଖନ୍ତୁ ଭିଡିଓ –

ଭିଡିଓରେ ଦେଖିବାକୁ ମିଳିଛି ଯେ ସେଠାରେ ଉପସ୍ଥିତ ଦର୍ଶକ ଛେିଡା ହୋଇ ଗୀତ ଶୁଣିବା ସହ ଗୋଟେ ପରେ ଗୋଟେ ଇଚ୍ଛା ମୁତାବକ ସଂଗୀତ ପରିବେଶଣ କରିବା ପାଇଁ ଅନୁରୋଧ କରୁଛନ୍ତି । ସେ ମହିଳା ଜଣକ ଅନେକ ଗୀତ ଗାଇଥିଲେ ଲୋକମାନେ ତାଙ୍କୁ କରତାଳି ଦେଇ ତାଙ୍କ ଗୀତକୁ ଉପଭୋଗ କରିଥିଲେ । ଏହି ଭିଡିଓକୁ ଅନେକ ପେଜ ସେୟାର କରିଛନ୍ତି । ଫିଲ୍ମ ଜଗତ ନାମକ ଏକ ପେଜ ଏହି ଭିଡିଓକୁ ଶନିବାର ଦିନ ସେୟାର କରିଥିଲେ ।

ଆଗରୁ ମଧ୍ୟ ଏହିଭଳି ଏକ ଭିଡିଓ ସେୟାର କରାଯାଇଥିଲା । କେରଳର ଜଣେ ଟିଚର ତାଙ୍କ ଭାଇଙ୍କ ବିବାହରେ ଭୂଲ ଭୂଲୈୟାଁର ଗୀତ ଗାଇଥିଲେ । ଯାହାକୁ ଅନେକ ସେୟାର କରାଯାଇଥିଲା । ସେହିଭଳି ଏହି ଭିଡିଓକୁ ମଧ୍ୟ ଲୋକମାନେ ପ୍ରଶଂସା କରୁଛନ୍ତି ଏବଂ ଏହି ମହିଳାଙ୍କୁ ଲୋକମାନେ ବଲିଉଡ ସିଙ୍ଗର ରୂପେ ଦେଖିବା ପାଇଁ ମଧ୍ୟ ଚାହୁଁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More