Only for Entertainment

ମକଟେଲ୍ ପ୍ରେମରେ ଭାରତୀୟ ଯୁବପିଢି ।

The Weekly Review
0 42

ବିଦେଶୀ ଖାଦ୍ୟର ଚାହିଦା ଏବେ ଭାରତରେ ବଢିବାରେ ଲାଗିଛି । ବିଦେଶୀ ଖାଦ୍ୟ ଭାରତରେ ଲୋକପ୍ରିୟ ହେଉଥିବାବେଳେ ବିଦେଶରେ ଆମ ଦେଶୀୟ ଖାଦ୍ୟ ମଧ୍ୟ ଶୀର୍ଷ ସ୍ଥାନ ମଣ୍ଡନ କରିଛି। କିଛି ବର୍ଷ ତଳେ ରେସ୍ତୋରାଁ, ହୋଟେଲରେ ଗ୍ରାହକମାନେ ମସାଲା କୋଲ୍ଡ ଡ୍ରିଙ୍କ୍ ପିଇବା ନିମନ୍ତେ ଖୁବ୍ ଆଗ୍ରହୀ ହେଉଥିଲେ। ଏବେ କିନ୍ତୁ ଉଭୟ ସମୟ ଓ ସ୍ବାଦ ପରିବର୍ତ୍ତନ ହୋଇଛି। ଭାରତୀୟ ଯୁବ ପିଢ଼ି ଓ ବୟସ୍କ ଲୋକେ ଏବେ ମକଟେଲର ମଜାରେ ମସଗୁଲ୍ ଥିବା ଦେଖିବାକୁ ମିଳିଛି ।

mocktail.

ଗ୍ରୀଷ୍ମରେ ମହାନଗରୀର ନାମୀଦାମୀ ରେସ୍ତୋରାଁରେ ମକଟେଲ୍ ବିଭିନ୍ନ ସ୍ୱାଦର ଉପଲବ୍ଧ ହେଉଥିଲା। ଏବେ ଛୋଟ ବଡ ସମସ୍ତ ରେସ୍ତୋରାଁରେ ଏହା ଉପଲବ୍ଧ । ଦିଲ୍ଲୀସ୍ଥିତ ପଞ୍ଚତାରକା ହୋଟେଲ ‘ଲୀଲା ପ୍ୟାଲେସ୍’ର ସେଫ୍ ଅନୁଜ ସବ୍ୟସାଚୀ କହିଛନ୍ତି, ମକଟେଲ୍ ପାନୀୟର ଭିନ୍ନ ସ୍ବାଦରେ ସମସ୍ତ ବର୍ଗ ବାନ୍ଧି ହୋଇଯାଇଛନ୍ତି। ଅଧିକାଂଶଙ୍କ ମତ ମକଟେଲ୍ ପିଇବା ଦ୍ବାରା ମୁଣ୍ଡ ଥଣ୍ଡା ରହୁଛି।

Delicious-mocktail

୩୦୦ ଟଙ୍କାରୁ ଆରମ୍ଭ ହୋଇ ୪ହଜାର ଟଙ୍କା ପର୍ୟ୍ୟନ୍ତ ଗ୍ରାହକଙ୍କ ବରାଦ୍ରେ ମକଟେଲ୍ ପ୍ରସ୍ତୁତ କରାଯାଉଛି । ମକଟେଲ୍ ଏକ ମୃଦୁପାନୀୟ। ପ୍ରଥମେ ମେକ୍ସିକୋରେ ଏହି ପାନୀୟର ଆରମ୍ଭ ହୋଇଥିବାର ମତ ମିଳେ। ଭାରତୀୟଙ୍କ ମଧ୍ୟରେ ‘କ୍ରସ୍ଡ ଆଇସ୍’, ‘ଗ୍ରେଣ୍ଡେନ୍ ସିରପ୍’, ‘ଅରେଞ୍ଜ୍ ଜୁସ୍ ସ୍ବିଟ୍-ସାୱାର’ ସବୁଠୁ ଅଧିକ ଲୋକପ୍ରିୟ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More