Only for Entertainment

ଚାଷୀଙ୍କ ଝିଅ ମଡେଲ ହେବାକୁ ବନାଇଲେ ସ୍ୱପ୍ନ, ମଲାଇକା ଦେଲେ ଏଭଳି ପ୍ରତିକ୍ରିୟା !

instagram
47

ଏକ ସାଧାରଣ ମଣିଶ ବଲିଉଡ ଜଗତରେ ପ୍ରବେଶ କରିବା ପାଇର୍ ଅନେକ ବାଧାବିଘ୍ନକୁ ସାମ୍ନା କରିବାକୁ ପଡିଥାଏ ଏବଂ ଏହି ଭଳି ଘଟଣା ଘଟିଛି ‘ଇଣ୍ଡିଆଜ ନେକ୍ସଟ ଟପ ମଡେଲ’ (India’s Next Top Model)ରେ । ଯେଉଁଠି ଜଣେ ସାଧାରଣ କୃଷକଙ୍କ ଝିଅ ପହଂଚିଛି ମଡେଲ ହେବାର ଆଶା ଏବଂ ଆକାଂକ୍ଷା ନେଇ , ଯାହା ଗର୍ବର ବିଷୟ ଅଟେ । କାରଣ ଦେଶରେ କୃଷକଙ୍କ ଝିଅ ମଡେଲ ହେବା ସ୍ୱପ୍ନ ଖୁବ କମ ଦେଖିବାକୁ ମିଳେ ।

ଏମ୍ଟିଭିରେ ପ୍ରସାରିତ ହେଉଥିବା ପ୍ରୋଗ୍ରାମ ୪ର୍ଥ ସିଜନ ଚାଲିଛି । ଯେଉଁଥିରେ ସାରା ଦେଶରେ ସିଲେକ୍ଟେଡ ମଡେଲ ବଛା ଯାଇଥାଏ ଏବଂ ସେମାନଙ୍କର ପ୍ରତିଯୋଗିତା କରାଯାଇଥାଏ । ସେଠାରେ କମ୍ପିଟିସନ ଏବଂ ଟ୍ରେନିଂ ମଧ୍ୟ ଦିଆଯାଇଥାଏ । ଏହି ପ୍ଲାଟଫର୍ମରେ ଅଡିସନ ପାଇଁ ଜଣେ କୃଷକଙ୍କ ଝିଅ ପହଂଚିଛନ୍ତି, ଯାହାକୁ ଦେଖି INTM ପେନାଲିଷ୍ଟ ଖୁବ ଖୁସି ହୋଇଯାଇଛନ୍ତି । ଏବେ ପର୍ଯ୍ୟନ୍ତ ଏହି କୃଷକଙ୍କ ଝିଅ ନାଁ ଜଣା ପଡିନାହିଁ । ଆଜି ଶୋ’ରେ ହିଁ ଏହାର ଖୁଲାସା ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More