Only for Entertainment

ବିଳମ୍ବିତ ରାତିରେ ଜୁହୁ ଘରେ ପହଂଚିଲେ ରଣବୀର ଏବଂ ଆଲିୟା , ଏଭଳି କଲେ ବର୍ଥଡେ ସେଲିବ୍ରେଶନ !

28

ଆଲିୟା ଭଟ୍ଟ ଆଜି ନିଜର ୨୬ତମ ଜନ୍ମ ଦିବସ ସେଲିବ୍ରେଟ କରୁଛନ୍ତି । କେବଳ ସେତିକି ନୁହେଁ ଆଲିୟାଙ୍କ ବୟସ ବଢିବା ସହ ଅଭିନୟରେ ତାଙ୍କ ଯାଦୁ ମଧ୍ୟ ଦେଖିବାକୁ ମିଳୁଛି । ଆଲିୟା ନିଜ ସମସ୍ତ ନୂଆ ଫିଲ୍ମ ମାଧ୍ୟମରେ ନିଜକୁ ପ୍ରମାଣ କରିସାରିଛନ୍ତି ।

ବିଳମ୍ବିତ ରାତିରେ ଅଭିନେତ୍ରୀ ଆଲିୟା ଭଟ୍ଟ ନିଜ ପରିବାର ବାପା ମହେଶ ଭଟ୍ଟ, ମା ସୋନି ରାଜଦାନ , ନିଜର କିଛି ବନ୍ଧୁ ଏବଂ ବେଷ୍ଟ ଫ୍ରେଣ୍ଡ ମସାବାଙ୍କ ସହ ନିଜ ବର୍ଥଡେ ସେଲିବ୍ରେଟ କରିଛନ୍ତି । କିନ୍ତୁ ସବୁଠାରୁ ଖାସ କଥା ହେଉଛି ବିଳମ୍ବିତ ରାତିରେ ରଣବୀର କପୂରଙ୍କ ଏଂଟ୍ରି । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ବିଳମ୍ବିତ ରାତିରେ ରଣବୀର କୂପର ଏବଂ ଅୟାନ ମୁଖାର୍ଜୀଙ୍କ ସହ ଆଲିୟା ନିଜ ଜୁହୁରେ ଥିବା ଘରକୁ ଯାଉଥିବାର ନଜର ଆସିଥିଲେ ।

 

View this post on Instagram

 

You were pure magic since we were babies …. and you continue to be pure magic…. Happy birthday Alu. ? @aliaabhatt

A post shared by Mufasa✨? (@masabagupta) on

 

ଆଲିୟାଙ୍କ ବର୍ଥଡେ’ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ସେ ନିଜ ବନ୍ଧୁମାନଙ୍କ ସହ ମସ୍ତି କରୁଥିବାର ନଜର ଆସିଥିଲେ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ବର୍ଥଡେ ପାର୍ଟିରେ ଆଲିୟାଙ୍କ ବଡ ଭଉଣୀ ପୂଜା ଭଟ୍ଟ, କରଣ ଜୋହର, ଅୟାନ ମୁଖାର୍ଜୀ ଏବଂ ଆଲିୟାଙ୍କ କିଛି ଖାସ ବନ୍ଧୁ ସାମିଲ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More