Only for Entertainment

ଏ ହେଉଛି ଦୁନିଆର ସବୁଠାରୁ ଥଣ୍ଡା ସହର, ବର୍ଷର ୨୭୦ଦିନ ଜମି ରହିଥାଏ ବରଫ !

25

ରୁଷର ସାଇବେରିଆରେ ଥିବା ନରିଲିସ୍କ ସହରକୁ ଦୁନିଆର ସବୁଠାରୁ ଥଣ୍ଡା ସହର ବୋଲି କୁହାଯାଇଥାଏ । ଏଠାରେ ରହୁଥିବା ଲୋକେ ଦୁଇ ମାସ ପର‌୍ୟ୍ୟନ୍ତ ସୂର୍ଯ୍ୟୋଦୟ ଦେଖି ପାରନ୍ତି ନାହିଁ  । ବର୍ଷର ୩୬୫ଦିନରୁ ୨୭୦ଦିନ ପର୍ଯ୍ୟନ୍ତ ଏଠାରେ ବରଫ ଜମି ରହିଥାଏ । ଏକ ଲକ୍ଷ ୭୫ହଜାର ଲୋକ ଏହି ସହରରେ ରହୁଥିବା ବେଳେ ଦିନ ସମୟରେ ଏହି ସହରର ତାପମାତ୍ରା -୬୧ଡ଼ିଗ୍ରି ସେଲ୍‌ସିୟସ ରହିଥାଏ ।

ପ୍ରତି ୩ଦିନରେ ଥରେ ଏଠାରେ ଲୋକମାନଙ୍କୁ ବରଫ ଝଡ଼ର ସାମ୍ନା କରିବାକୁ ପଡ଼ିଥାଏ । ରୁଷ୍‌ର ରାଜଧାନୀ ମସ୍କୋଠାରୁ ନରିଲିସ୍କ ୨୯୦୦କିଲୋମିଟର ଦୂରରେ ରହଥିବା ବେଳେ ଏହି ସହରକୁ ଯିବା ପାଇଁ ସଡ଼କ ପଥ ନଥିବା ଜଣାପଡ଼ିଛି । ଏଠାକୁ ଯିବା ପାଇଁ ହେଲେ ଲୋକମାନଙ୍କୁ ବିମାନ କିମ୍ବା ଡ଼ଙ୍ଗାର ସାହାଯ୍ୟ ନେବା ପାଇଁ ପଡ଼ିଥାଏ । ଏଠାକୁ ଯିବାର ସୁବିଧା ନଥିଲେ ମଧ୍ୟ ଲୋକମାନଙ୍କ ମନୋରଞ୍ଜନ ପାଇଁ ସବୁ ଜିନିଷ ରହିଛି । ଏହି ସହରକୁ ନିକେଲ ଏବଂ ପ୍ଲାଟିନିୟମର ଭଣ୍ଡାର ବୋଲି କୁହାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More