Only for Entertainment

ଇସ୍ରୋର ଜନକ ବିକ୍ରମ ସାରାଭାଇଙ୍କ ୧୦୦ତମ ଜୟନ୍ତୀ, ଭାରତକୁ ଅନ୍ତରୀକ୍ଷରେ ପହଁଚାଇଥିବା ଏହି ବୈଜ୍ଞାନିକଙ୍କ ବିଷୟରେ ଜାଣନ୍ତୁ କିଛି ରୋଚକ କଥା

latestly
81

ଭାରତକୁ ମହାକାଶରେ ପହଁଚାଇଥିବା ବୈଜ୍ଞାନିକ ତଥା ଇସ୍ରୋର ସଂସ୍ଥାପକ ବିକ୍ରମ ସାରାଭାଇଙ୍କ ୧୦୦ ତମ ଜୟନ୍ତୀରେ ଗୁଗଲ ଡୁଡଲ କରି ତାଙ୍କୁ ମନେ ପକାଇଛି । ଭାରତୀୟ ସ୍ପେସ ପୋଗ୍ରାମ ମାଧ୍ୟମ ରେ ସାଧାରଣ ଲୋକଙ୍କ ଜୀବନ ସୁଧାରିବାର ସ୍ୱପ୍ନ ଦେଖିଥିବା ବିକ୍ରମ ସରାଭାଇଙ୍କ ଜନ୍ମ ଗୁଜୁରାଟର ଅହମ୍ମଦାବାଦରେ ୧୨ ଅଗଷ୍ଟ ୧୯୧୯ରେ ହୋଇଥିଲା । ପୂରା ଦେଶ ଆଜି ତାଙ୍କ ୧୦୦ ତମ ଜନ୍ମଦିନ ପାଳନ କରୁଛି । ବିିକ୍ରମ ସାରାଭାଇ ଭାରତକୁ ଚନ୍ଦ୍ରରେ ପହଁଚାଇବାର ସ୍ୱପ୍ନ ଦେଖିଥିଲେ ଏବଂ ତାହା ବଳରେ ଭାରତ ଆଜି ଚନ୍ଦ୍ରରେ ପହଁଚିପାରିଛି । ତାଙ୍କୁ ଭାରତୀୟ ସ୍ପେସ ପୋଗ୍ରାମର ଜନକ କୁହାଯାଏ । ବିକ୍ରମ ସାରାଭାଇଙ୍ନକ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ କିଛି ରୋଚକ କଥା ।

  • ଡ. ବିକ୍ରମ ସାରାଭାଇଙ୍କୁ ଦେଶର ମହାନ ବୈଜ୍ଞାନିକ ଏବଂ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଏ । ସେ ଭାରତ ରତ୍ନରେ ସମ୍ମାନୀତ ପୂର୍ବ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡ. ଏପିଜେ ଅବଦୁଲ କଲାମଙ୍କୁ ମିସାଇଲ ମ୍ୟାନ ବନାଇଥିଲେ ।
    ସାରାଭାଇ ୧୮ ବର୍ଷ ବୟସରେ ପାରିବାରିକ ମିତ୍ର ରବିନ୍ଦ୍ରନାଥ ଟାଗୋରଙ୍କ ସପାରିଶରେ କେମ୍ବ୍ରିଜରେ ପହଁଚିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ସମୟରେ ସେ ବେଙ୍ଗାଲୁରୁ ନୋବେଲ ପୁରସ୍କାର ବିଜେତା ଡ. ସିଭି ରମଣଙ୍କ ତତ୍ୱାବଧାନରେ ରିସର୍ଚ୍ଚ କରିବା ପାଇଁ ପହଁଚିଥିଲେ ।
  • ବିକ୍ରମ ସାରାଭାଇ କେମ୍ବ୍ରିଜରେ ନିଜ ପଢା ପୂରା କରିବା ପରେ ୨୮ ବର୍ଷ ବୟସରେ ଅହମ୍ମଦାବାଦରେ ଫିଜିକାଲ ରିସର୍ଚ୍ଚ ଲ୍ୟାବ୍ରୋଟେରୀ (ପିଆରଏଲ)ର ସ୍ଥାପନା କରିଥିଲେ । କିଛି ବର୍ଷ ମଧ୍ୟରେ ହିଁ ସେ ପିଆରଏଲକୁ ବିଶ୍ୱସ୍ତରୀୟ ସଂସ୍ଥାନରେ ପରିଣତ କରିଥିଲେ ।
  • ସାରାଭାଇଙ୍କୁ ୧୯୬୬ରେ ପହ୍ମ ଭୂଷଣରେ ସମ୍ମାନୀତ କରାଯାଇଥିଲା । ଏହା ପୂର୍ବରୁ ୧୯୬୨ରେ ଭଟନାଗର ପୁରସ୍ମାରରେ ସମ୍ମାନୀତ କରାଯାଇଥିଲା ଏହା ସହିତ ୧୯୭୨ରେ ପହ୍ମ ବିଭୂଷଣ (ମରୋଣପରାନ୍ତ)ରେ ସମ୍ମାନୀତ କରାଯାଇଥିଲା ।
  • କୁହାଯାଏ ଯେ ଇଣ୍ଡିଆନ ଇଣ୍ଟିଷ୍ଟ୍ୟୁଟ ଅଫ ସାଇନ୍ସରେ ତାଙ୍କର ସାକ୍ଷାତ ପ୍ରଖର ଯୁବ ବିଜ୍ଞାନୀ ହୋମୀ ଭାଭାଙ୍କ ସହିତ ହୋଇ ଥିଲା । ଏହା ବ୍ୟତିତ ସେଠାରେ ସେ କ୍ଲାସିକାଲ ଡ୍ୟାନ୍ସର ମୃଣାଳିନୀ ସ୍ୱାମୀନାଥନଙ୍କ ସହିତ ସାକ୍ଷାତ କରିଥିଲେ । ମୃଣାଳିମନୀଙ୍କୁ ଦେଖିବା ପରେ ସାରାଭାଇ ତାଙ୍କ ପ୍ରେମରେ ପଡିଯାଇଥିଲେ । ପରେ ହୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
  • ସାରାଭାଇ ଏବଂ ମୃଣାଳିନୀଙ୍କ ବିବାହରେ ତାଙ୍କ ପରିବାର ଲୋକେ ସାମିଲ ହୋଇପାରିଲେ ନାହିଁ କାରଣ ସେତେବେଳେ ବିକ୍ରମଙ୍କ ପରିବାର ଗାନ୍ଧୀଜୀଙ୍କ ନେତୃତ୍ୱରେ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇଥିଲେ ।
  • ପାଖାପାଖି ୧୫ ବର୍ଷ ପରେ ରିସର୍ଚ୍ଚ ପରେ ବୈଜ୍ଞାନିକମାନେ ସ୍ୟାଟଲାଇଟଙ୍କୁ ଏକ ମୂଖ୍ୟ ମାଧ୍ୟମ ଭାବେ ଦେଖିବାରୁ ପଣ୍ଡିତ ଜବାହାରଲାଲ ନେହେରୁ ଏବଂ ହୋମି ଭାଭା ବିକ୍ରମ ସାରାଭାଇଙ୍କୁ ଚେୟାରମ୍ୟାନ କରି ଇଣ୍ଡିଆନ ନ୍ୟାସନାଲ କମିଟି ଫର ରିସର୍ଚର ସ୍ଥାପନା ପାଇଁ ସମର୍ଥନ ଜଣାଇଥିଲେ ।
  • ସାରାଭାଇ ଚାହୁଁଥିଲେ ଭାରତ ମହାକାଶକୁ ନିଜ ଉପଗ୍ରହ ପଠାଉ । ସେଥିପାଇଁ ସେ ହୋମି ଭାଭାଙ୍କ ସାହାଯ୍ୟରେ ତିରୁବନ୍ତପୁରମ ଠାରେ ଦେଶର ପ୍ରଥମ ରକେଟ ଲଂଚ ଷ୍ଟେସନ ନିର୍ମାଣ କରନିଥିଲେ ।

କହିରଖୁଛୁ ଯେ, ୨୦ ଡିସେମ୍ବର ୧୯୭୧ରେ ସେ ନିଡ ସାଥିମାନନଙ୍କ ସହିତ ରକେଟ ପ୍ରକ୍ଷେପଣ ପାଇଁ ଥୁମ୍ବାରେ ଥିଲେ ମାତ୍ର ସେହି ରାତିରେ ହିଁ ହଠାତ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସାରାଭାଇଙ୍କ ନିଧନ ପରେ ୧୯ ଏପ୍ରିଲ ୧୯୭୫ରେ ଦେଶର ପ୍ରଥମ ସ୍ୟାଟେଲାଇଟ ଆର୍ଯ୍ୟଭଟ୍ଟ ଲଂଚ କରାଯାଇଥିଲା । ଏହି ରକେଟର ମୂଳ ସାରାଭାଇ ହିଁ ନିର୍ମାଣ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More