Only for Entertainment

ଲାଇଭ ରିପୋର୍ଟିଂ କରୁଥିବା ସମୟରେ ଦୁଇ ଆଙ୍କରଙ୍କ ଝଗଡା ! ଭିଡିଓ ସୋସିଆଲ ମିଡିଆରେ ଭାଇରାଲ !

tweet
0 149

ଆଗରୁ ଆପଣ ଅନେକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଦେଖିଛନ୍ତି । ମାତ୍ର ଏହା ସବୁଠାରୁ ଭିନ୍ନ । ଗଣମାଧ୍ୟମ ଗୋଟେ ଛୋଟ କଥାକୁ ବଡ କରି କହୁଥିବା ସମସ୍ତେ ଆକ୍ଷେପ କରନ୍ତି ଏବଂ ଅନେକ ଭାଇରାଲ ଗଣମାଧ୍ୟମ ଯୋଗୁଁ ମଧ୍ୟ ହୋଇଥାଏ । ମାତ୍ର ଏଠାରେ ଦେଖିବାକୁ ମିଳିଛି ଏକ ଭିନ୍ନ ଭିଡିଓ । ଦୁଇ ଜଣ ନ୍ୟୁଜ ଆଙ୍କର ଲାଇଭ ସୁଟିଂ ସମୟରେ ନିଜ ନିଜ ଭିତରେ ଝଗଡା କରିବାେ ଆରମ୍ଭ କରିଦେଇଛନ୍ତି ।

ଦୁହିଁଙ୍କ କଳହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ନଜରକୁ ଆସିଛି । ଏହି ଭିଡିଓକୁ କମଲେଶ ସିଂ ନାମକ ବ୍ୟକ୍ତି ସେୟାର କରିଛନ୍ତି । ଭିଡିଓର ତଳେ ‘dailypakistan.com.pk’ ଲେଖା ରହିଛି ଯାହାଦ୍ୱାରା ୟୂଜର୍ସ ଜାଣିବାକୁ ପାଇଛନ୍ତି ଯେ ଏହା ଏକ ପାକିସ୍ଥାନୀ ମିଡିଆ ଚ୍ୟାନେଲ ଅଟେ ।

ଉକ୍ତ ଭିଡିଓରେ ପୁରୁଷ ଆଙ୍କର ମହିଳା ଆଙ୍କରଙ୍କ ବୁଲେଟିନ ନକରିବା ପାଇଁ ରୋକଠୋକ ଭାବେ ମନା କରୁଛନ୍ତି । ଏହାସହ ସେ ମହିଳା ଆଙ୍କରଙ୍କୁ ତାଙ୍କ ମୁହଁରେ ଲଗାମ ଦେବା ଲାଗି ମଧ୍ୟ କହିଛନ୍ତି ।
ହାରାହାରି ୩୦ସେକେଣ୍ଡର ଏହି ଭିଡିଓରେ ଦୁହେଁ ଦୁହିଁଙ୍କ ଯୁକ୍ତିତର୍କ କରିଛନ୍ତି । ଏହି ଭିଡିଓରେ ଲୋକମାନେ ଅନେକ ଅଜବ ଗଜବ କମେଣ୍ଟ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More