Only for Entertainment

ଇଣ୍ଟରନ୍ୟାସନାଲ ଆଇସକ୍ରିମ ଡେ’ : ଜାଣନ୍ତୁ ଆଇସକ୍ରିମ ବିଷୟରେ କିଛି ଜଣା ଅଜଣା କଥା

CBC
74

ଜୁଲାଇକୁ ‘ଆଇସ କ୍ରିମ’ ମାସ ଭାବେ ଗ୍ରହଣ କରାଯାଇଛି । ଏହି ଅବସରରେ ପ୍ରତିବର୍ଷ ଜୁଲାଇ ମାସର ତୃତୀୟ ରବିବାରକୁ ‘ଆନ୍ତଜାତୀୟ ଆଇସ କ୍ରିମ ଡେ’ ଭାବେ ପାଳନ କରାଯାଏ । ଆଇସକ୍ରିମର ଉତ୍ପତ୍ତି କେଉଁଠାରେ ହୋଇଥିଲା ତାହା ଏପର୍ଯ୍ୟନ୍ତ ଅଜଣା । ତେବେ ଆଇସକ୍ରିମ ଦିବସ ଅବସରରେ ଆସନ୍ତୁ ଜାଣିବା ଆଇସକ୍ରିମ ବିଷୟରେ କିଛି ଜଣା ଅଜଣା କଥା ।

  • ରୋମାନେ ସମ୍ରାଟ ନିରୋ ବରଫରେ ଫଳ ଓ ମହୁ ମିଶାଇ ଖାଉଥିବାର ଉଲ୍ଲେଖ ରହିଛି ।
  • ମାର୍କୋ ପୋଲୋଙ୍କ ରସଚନାରୁ ଜଣାପନନଡେ ଯେ ପ୍ରାଚୀନ କାଳରେ ଚାଇନିଜମାନେ ବରଫରେ କ୍ଷୀର ମିଶାଇ ଏକ ପ୍ରକାର ମିଠା ପ୍ରସ୍ତୁତ କରୁଥିଲେ ।
  • ୧୯୦୪ରେ ଯୁକ୍ତରାଲଷ୍ଟ୍ର ଆମେରିକା ଅନ୍ତର୍ଗତ ମିସୋରିରେ ପ୍ରଥମ ଥର ପାଇଁ ଆଇସକ୍ରିମ କୋନ ପ୍ରସ୍ତୁତ କରାଯାଇଥିଲା ।
  • ବିଶ୍ୱରେ ନିଉଜିଲ୍ୟାଣ୍ଡବାସୀ ସର୍ବାଧିକ ଆଇସକ୍ରିମ ଖାଉଥିବା ଜଣାଯାଏ ।
  • ଭାନିଲା ସବୁଠାରୁ ଅଧିକ ବିକ୍ରି ହେଉଥିବା ଆଇସକ୍ରିମ ଫ୍ଲେଭର ।
  • ତରବର ହୋଇ ଆଇସକ୍ରିମ ଖାଇଲେ ମୁଣ୍ଡ ବିନେ୍ଧ ।
  • ୨୦୧୫ରେ ନରୱେରେ ଦଶ ଫୁଟ ଉଚ୍ଚତାର କୋନ ଆଇସକ୍ରିମ ପ୍ରସ୍ତୁତ ହୋଇଥିଲା ।
  • ଆଧୁନିକ ଆଇସକ୍ରିମର ଜନ୍ମ ସପ୍ତଦଶ ଶତାବ୍ଦୀରେ ଇଟାଲୀରେ ହୋଇଥିଲା ।
  • ୧୭୭୬ରେ ନ୍ୟୁୟର୍କରେ ବିଶ୍ୱର ପ୍ରଥମ ଆଇସକ୍ରିମ ପାର୍ଲର ଖୋଲିଥିଲା ।
  • ୧୮୫୧ରେ ବିଶ୍ୱର ପ୍ରଥମ ଆଇସକ୍ରିମ କାରଖାନ ବଲଟିମୁରରେ ଖୋଲିଥିଲା ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More