Only for Entertainment

‘ଅନ୍ତର୍ଜାତୀୟ ଚୁମ୍ବନ ଦିବସ’ : ଜାଣନ୍ତୁ ଚୁମ୍ବନ ବିଷୟରେ କିଛି ଜଣା- ଅଜଣା କଥା ।

YouTube
0 125

ପ୍ରତି ବର୍ଷ ଜୁଲାଇ ୬ରେ ପାଳିତ ହୁଏ ‘ଅନ୍ତର୍ଜାତୀୟ ଚୁମ୍ବନ ଦିବସ’ । ୨୦୦୬ରୁ ଏହା ପାଳିତ ହୋଇଆସୁଛି । ଆଜି ଏହି ମଜାଦାର ଦିବସ ପାଳନ ଅବସରରେ ଆସନ୍ତୁ ଜାଣିବା ଏହା ବାବଦରେ କିଛି ଜଣା-ଅଜଣା କଥା ।

ଚୁମ୍ବନ ବିଜ୍ଞାନର ନାମ ‘ଫିଲେମାଟୋଲୋଜି’ । ବିଶ୍ୱର ଦୁଇ-ତୃତୀୟାଂଶ ମଣିଷ ଡାହାଣକୁ ମୁଣ୍ଡ ଝୁଙ୍କାଇ ଚୁମ୍ବନ କରିଥାନ୍ତି । ଚୁମ୍ବନ ଦ୍ୱାରା ଏକ କୋଟିରୁ ଶହେ କୋଟି ଜୀବାଣୁ ଜଣଙ୍କ ଠାରୁ ଆଉ ଜଣଙ୍କୁ ଯାଏ ଏବଂ ଏହାର ବିପରୀତ ମଧ୍ୟ ଘଟେ ।

୨୦୦୫ ଜୁଲାଇ ୫-୬ ତାରିଖରେ ଲଣ୍ଡନର ଏକ ଯୋଡି ପରସ୍ପରକୁ କ୍ରମାଗତ ଭାବରେ ୩୧ ଘଣ୍ଟା ୩୦ ମିନିଟ ୩୦ ସେକେଣ୍ଡ ଚୁମ୍ବନ ଦେଇ ଏକ ରେକର୍ଡ କରିଥିଲେ ।

ଚୁମ୍ବନ ବାବଦରେ ‘ବେଦ’ରେ ଉଲ୍ଲେଖ ମଧ୍ୟ ରହିଛି । ଗାଢ ଚୁମ୍ବନ ଦ୍ୱାରା ଏକ ମିନିଟରେ ପ୍ରାୟ ୨୬ କ୍ୟାଲୋରୀ ନଷ୍ଟ ହୋଇଥାଏ ।

ଦାନ୍ତର ସ୍ୱାସ୍ଥ୍ୟ ପାଇଁ ଚୁମ୍ବନ ଭଲ । ‘କାମ-ସୂତ୍ର’ରେ ତିରିଶ ପ୍ରକାରର ଚୁମ୍ବନ ବିଷୟରେ ବର୍ଣ୍ଣିତ ରହିଛି ।

୧୮୯୬ରେ ‘ଦ ମେ ଇରୱିନ ଜନ ସି ରାଇସ କିସ’ ନାମକ ଫିଲ୍ମ ନିର୍ମାଣ କରାଯାଇଥିଲା । ଏହି ଫିଲ୍ମର ଅବଧି ଥିଲା ମାତ୍ର ୩୦ ସେକେଣ୍ଡ । ସେ ଥିରେ କେବଳ ଚୁମ୍ବନ ଦୃଶ୍ୟଟିଏ ହିଁ ଥିଲା ।

ଫିଲ୍ମ ‘ଡନ ଜୁଆନ’ରେ ନାୟିକା ମେରି ଆସଟର ଏବଂ ନାୟକ ଜନ ବାରିମୋରଙ୍କ ମଧ୍ୟରେ ମୋଟ ୧୨୭ଟି ଚୁମ୍ବନ ଦୃଶ୍ୟ ଥିଲା । ଯେକୌଣସି ଭାଷାର ଫିଲ୍ମ କ୍ଷେତ୍ରରେ ଏହା ସର୍ବାଧିକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More