ଭୁଲ କଲା ଏୟାରଲାଇନ୍ସ, କିନ୍ତୁ ଲାଭ ପାଇଲେ ଯାତ୍ରୀ ।
ହଙ୍ଗକଙ୍ଗର ଏକ ଏୟାରଲାଇନ୍ସର ଭୁଲରେ ଯାତ୍ରୀ ମାନଙ୍କୁ ବଡ଼ ଫାଇଦା ମିଳିଛି ବୋଲି ଶୁଣିବାକୁ ମିଳୁଛି । ଖବର ଅନୁସାରେ କ୍ୟାଥେ ପେସିଫିକ ଏୟାରଲାଇନ ଭୁଲରେ ଫାଷ୍ଟ ଏବଂ ବିଜନେସ କ୍ଲାସ ଟିକେଟକୁ ଖୁବ ଶସ୍ତାରେ ବିକ୍ରି କରି ଦେଇଛନ୍ତି । ବୁକିଂ କରିଥିବା ଯାତ୍ରୀଙ୍କୁ ୧୧.୨ ଲକ୍ଷ ଟିକେଟ ପାଇଁ ମାତ୍ର ୪୭ ହଜାର ଦେବାକୁ ପଡ଼ିଛି । ଏୟାରଲାଇନ କମ୍ପାନୀର କହିବା ଅନୁସାରେ ଏବେ ମଧ୍ୟ ସେହି ଯାତ୍ରୀଙ୍କର ସ୍ୱାଗତ କରିବୁ ଯେଉଁମାନେ ଭିଏତନାମାରୁ କାନାଡ଼ା ଏବଂ ଆମେରିକାର ବିଜନେସ କ୍ଲାସ ଟିକେଟକୁ ଇକୋନୋମି କ୍ଲାସ ଟିକେଟ ଠାରୁ କମ ମୂଲ୍ୟରେ କିଣିଛନ୍ତି ।
Happy 2019 all, and to those who bought our good – VERY good surprise ‘special’ on New Year’s Day, yes – we made a mistake but we look forward to welcoming you on board with your ticket issued. Hope this will make your 2019 ‘special’ too!
.#promisemadepromisekept #lessonlearnt— Cathay Pacific (@cathaypacific) January 2, 2019
କ୍ୟାଥେ ଟ୍ୱିଟ କରିଛିଯେ, ୨୦୧୯ ପାଇଁ ସମସ୍ତଙ୍କୁ ସ୍ୱାଗତ, ସେମାନଙ୍କୁ ମଧ୍ୟ ଯେଉଁମାନେ ନୂଆ ବର୍ଷରେ ଆମ ଖୁବ ଭଲ ସରପ୍ରାଇଜ କିଣିଛନ୍ତି । ହଁ ଆମେ ଭୁଲ କରିଛୁ, କିନ୍ତୁ ଆମେ ଯାତ୍ରୀଙ୍କୁ ସେହି ଟିକେଟରେ ସ୍ୱାଗତ କରୁଛୁ । ଆଶା କରୁଛୁ ନବବର୍ଷ ଉପଲକ୍ଷେ ଏହା ଆପଣଙ୍କ ପାଇଁ ବିଶେଷ ଉପହାର ହେବ ।
୩୧ ଡିସେମ୍ବରକୁ ଟ୍ରାଭେଲ ଏଜେନ୍ସି ସାଇଟରେ ଯାତ୍ରା ପାଇଁ ଖୁବ କମ ମୂଲ୍ୟ ଦର୍ଶା ଯାଇଥିଲା । ପରେ ତାହାକୁ ଅପଡେଟ କରାଗଲା,କିନ୍ତୁ ଏୟାରଲାଇନ୍ସ ଏପର୍ଯ୍ୟନ୍ତ କହିନାହିଁଯେ ଏହି ମୂଲ୍ୟରେ କେତେ ଟିକେଟ ବିକ୍ରି ହୋଇଛି ।