Only for Entertainment

ମହିଳା ଦିବସ ଉପଲକ୍ଷେ ଖାସ ଭିଡିଓ ଶେୟାର କରି ବିଗ୍ ବି ଦେଲେ ଶୁଭେଚ୍ଛା, ମହିଳାଙ୍କୁ କହିଲେ ରାଣୀ ଲକ୍ଷ୍ମୀବାଇ

Masala!
0 60

ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ୮ ତାରିଖରେ ପୁରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯାଇଥାଏ । ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ସର୍ବ ପ୍ରଥମେ ୧୯୦୯ ମସିହାରେ ପାଳନ କରାଯାଇଥିଲା । ମହିଳାମାନଙ୍କୁ ସମ୍ମାନ ଦେବା ଅର୍ଥରେ ଏହି ଦିବସକୁ ପାଳନ କରାଯାଇଥାଏ । ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଦେଶର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅମିତାଭ ବଚ୍ଚନ ନିଜ ଟୁଇଟର ଆକାଉଣ୍ଟରେ ସ୍ୱଚ୍ଛ ଶକ୍ତି ଏବଂ ସ୍ୱଚ୍ଛ ଭାରତ ଥୀମର ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ଦେଶର ପ୍ରଗତିରେ ମହିଳାଙ୍କ ଯୋଗଦାନକୁ ଅମିତାଭ ଦର୍ଶାଇଛନ୍ତି । କେବଳ ସେତିକି ନୁହେଁ ଅମିତାଭ ୩ଟି ଫଟୋ ମଧ୍ୟ ଟୁଇଟ କରି ଶେୟାର କରିଛନ୍ତି, ଯେଇଁଥିରେ ତାଙ୍କ ପରିବାରର ମହିଳା ଶକ୍ତିର ଝଲକ ଦେଖିବାକୁ ମିଳିଛି ।


ଏହି ଫଟୋରେ ତାଙ୍କ ପତ୍ନୀ ଜୟା ବଚ୍ଚନ, ଝିଅ ଶ୍ୱେତା ନନ୍ଦା, ନବ୍ୟା ନବେଲୀ ନନ୍ଦା ଏବଂ ଆରାଧ୍ୟ୍ୟା ବଚ୍ଚନ ନଜର ଆସିଛନ୍ତି । ଅମିତାଭ ଏହି ଚାରି ଜଣଙ୍କୁ ତାଙ୍କ ପୋଷ୍ଟ ସମର୍ପିତ କରିଛନ୍ତି । କିନ୍ତୁ ଏହି ଫଟୋରେ ତାଙ୍କ ବେହୂ ଐଶ୍ୱର୍ଯ୍ୟ ନାହାନ୍ତି । ଏହା ସହିତ ଭିଡିଓରେ ଅମିତାଭ ମହିଳାମାନଙ୍କୁ ରାଣୀ ଲକ୍ଷ୍ମୀବାଇ ଏବଂ ସ୍ୱଚ୍ଛାଗ୍ରହୀ ଭାବେ ସମ୍ବୋଧିତ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଅମିତାଭ ଖବୁବ ଶୀଘ୍ର ଋଷି କପୁରଙ୍କ ସହିତ ନିର୍ଦ୍ଦେଶକ ଉମେଶ ଶୁକ୍ଲାଙ୍କ ଫିଲ୍ମ ‘୧୦୨ ନଟ ଆଉଟ’ରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ଟ୍ରିଡର ରିଲିଜ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More