ଭଲ ସ୍ୱାସ୍ଥ୍ୟ ଚାହୁଁଛନ୍ତିତ ତ ଇଂଟରନେଟ ନୁହେଁ ବରଂ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ ।
ଆଜିକାଲି ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ରେସିପି ଏବଂ ଅନ୍ୟ ସୂଚନା ଦେଖିବା ଠିକ ଅଛି । କିନ୍ତୁ ସ୍ୱାସ୍ଥ୍ୟ ଖରାପ ହେଲେ ମଧ୍ୟ ଲୋକ ଇଂଟରନେଟର ସହାୟତା ନେଉଛନ୍ତି । ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସୂଚନା ନେବା ସ୍ୱଭାବିକ କଥା କିନ୍ତୁ ତାହାର ଚିକିତ୍ସା କରିବା ପାଇଁ ସୂଚନା ଖୋଜିବା ଦ୍ୱାରା ଶରୀରକୁ କ୍ଷତି ପହଂଚିଥାଏ । କାରଣ ଡାକ୍ତରଙ୍କ ବ୍ୟତୀତ ଶରୀର ଚିକତ୍ସା ଅନ୍ୟ କେହି କରିପାରିବେ ନାହିଁ । ତେବେ ଏହି କଥା ଏକ ଗବେଷଣାରୁ ସାମ୍ନାକୁ ଆସିଛି ।
ଗୁଗୁଲରୁ ସୂଚନା ପାଇବା ପରେ ତାହାର ଚିକିତ୍ସା କରିବାକୁ ସାଇବରକାଣ୍ଡ୍ରିୟା କୁହାଯାଏ । ଏଥିରେ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟା ବିଷୟରେ ନିଜେ ଅନଲାଇନ ଚିକିତ୍ସା କରିବାର ଇଛା ବଢିଥାଏ । ଯଦିଓ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସୂଚନା ମିଳିଥାଏ ତଥାପି କେବେ କେବେ ଏହା ଅସୁବିଧାରେ ପକାଇପାରେ ।
ଇଣ୍ଡସ ହେଲ୍ଥ ପ୍ଲସର ଆରୋଗ୍ୟସେବା ବିଶେଷଜ୍ଞ କାଂଚନ ନାୟକବଡିଙ୍କ କହିବା ଅନୁସାରେ ନିଜେ ଯାଂଚ ଆରମ୍ଭ କରିବା ଏବଂ ଔଷଧ ନେବା ଏକ ସାଧାରଣ କଥା ହୋଇଯାଇଛି । ଏହାର କେତେକ କାରଣ ରହିଛି । ଯେପରିକି ସମୟ ବଂଚିବା,ଆର୍ଥିକ ସମସ୍ୟା,ସଚେତନତାର ଅଭାବ, ଆକର୍ଷକ ବିଜ୍ଞାପନ ଏବଂ ସହଜରେ ଔଷଧର ଉପଲବ୍ଧ । ଏହି ସମସ୍ତ କାରଣରୁ ନିଜେ ଚିକିତ୍ସା କରିବାର ପଦ୍ଧତି ଅଧିକ ବଢିବାରେ ଲାଗିଛି ।
ଗବେଷକଙ୍କ କହିବା ଅନୁସାରେ ନିଜେ ଔଷଧ ନେବା ଦ୍ୱାରା ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଏ । କେବେ କେବେ ନକଲି ଔଷଧର ମଧ୍ୟ ଶୀକାର ହୋଇପାରନ୍ତି । ତେଣୁ ଏସବୁରୁ ରକ୍ଷା ପାଇବା ଉଚିତ ।