ପୁଣିଥରେ ଭାଇରାଲ ହେଲା ଜିଭାଙ୍କ ଭିଡିଓ, ଦେଖିବାକୁ ବାପା-ଝିଅଙ୍କ କ୍ୟୁଟ ଅନ୍ଦାଜ
ଆଇପିଏଲ ୨୦୧୮ ଫାଇନାଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ହରାଇ ତୃତୀୟ ଥର ପାଇଁ ଚମ୍ପିଆନ ହୋଇଛନ୍ତି । ଏମଏସ ଧୋନୀଙ୍କ କ୍ୟାପଟେନ୍ସିରେ ଚେନ୍ନାଇ ୭ ଥର ଫାଇନାଲରେ ପହଁଚିଛି । ଏହି ବିଜୟ ପରେ ଧୋନୀଙ୍କ ଝିଅ ଜିଭାଙ୍କୁ ଗ୍ରାଉଣ୍ଡରେ ଖୁବ ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା । ଜିଭାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜିଭା ଧୋନୀଙ୍କୁ ଫ୍ରୁଟି ପିଆଉଥିବା ଦେଖିବାକୁ ମିଳିଛି ।
Hahahah this is cherry on the top ❤️
Daughter father duo❤️ The king and his little cub? @ChennaiIPL #MSDhoni #IPL2018Final #CSKvsSRH #YellowPoduWhistlePodu pic.twitter.com/Kx8Uha0DnF— aakriti singh (@aakriti0612) May 27, 2018
ଫ୍ୟାନମାନେ ଜିଭାଙ୍କ ଏହି ଭିଡିଓକୁ ଖୁବ ପସନ୍ଦ କରିଛନ୍ତି । ଗ୍ରାଉଣ୍ଡରେ ଜିଭା ରାଇନାଙ୍କ ଝିଅ ଗ୍ରାସିଆ ଏବଂ ହରଭଜଙ୍କ ଝିଅ ହିନାୟାଙ୍କ ସହିତ ଖୁବ ମସ୍ତି କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ମଧ୍ୟ ଜିଭାଙ୍କର ଅନେକ ଭିଡିଓ ଭାଇରାଲ ହୋଇଛି ।
ମ୍ୟାଚ ପରେ ଧୋନୀଙ୍କର ଆଉ ଏକ ଫଟୋ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋରେ ଧୋନୀ, ସାକ୍ଷୀ ଏବଂ ଜିଭା ଆଇପିଏଲ ଟ୍ରଫି ସହିତ ନଜର ଆସିଛନ୍ତି । ଫଟୋକୁ ଧୋନୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି ‘ସପୋର୍ଟ କରିଥିବାକୁ ଧନ୍ୟବାଦ । ସେନ ୱାଟସନଙ୍କ ଧୂଆଁଧାର ପାଳି ଆମକୁ ଜିତାଇଦେଲା । ସିଜିନ ଶେଷ ହୋଇସାରିଛି । ଜିଭାଙ୍କର ଟ୍ରଫି ସହିତ କିଛି ସମ୍ପର୍କ ନାହିଁ । ସେ କେବଳ ଗ୍ରାଉଣ୍ଡରେ ବୁଲିବା ପାଇଁ ଚାହାଁନ୍ତି ।’