Only for Entertainment

ପାର୍ଟିରେ ଡ୍ୟାନ୍ସ କରୁଥିବା ନଜର ଆସିଲେ ବିରାଟ, ଭଜ୍ଜିଙ୍କୁ ଦେଖି ହସି ହସି ହୋଇଗଲେ ବେଦମ !

zee news
0 49

ବର୍ତ୍ତମାନ ଆଇପିଏଲ ଧମାକା ଚାଲିଛି । ସମସ୍ତେ ମ୍ୟାଚକୁ ନେଇ ଖୁବ ସିରିଅସ ଅଛନ୍ତି । ଅନ୍ୟପଟେ ମଜା ମଧ୍ୟ କରୁଛନ୍ତି । ସୋସିଆଲ ମିଡିଆରେ ବିରାଟ କୋହଲିଙ୍କର ଅନେକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ସେ ପାର୍ଟି କରୁଥିବାର ନଜର ଆସିଛନ୍ତି । ତାଙ୍କ ସହ ଟିମ ଇଣ୍ଡିଆର ଖେଳାଳୀ ମଧ୍ୟ ନଜର ଆସିଛନ୍ତି । ଏକ ପ୍ରମୋସନ ଇଭେଂଟ ଥିଲା ଯେଉଁଥିରେ କ୍ରିକେଟ ଜଗତର ସମସ୍ତ ପ୍ରସିଦ୍ଧ ବ୍ୟକ୍ତି ପହଂଚିଥିଲେ । ଏହି ଇଭେଂଟ ଏକ ଟୋପିର ଥିଲା ଯାହା ବିରାଟ ଲଂଚ କରିଛନ୍ତି । ଏଥିରେ ହରଭଜନ, କେଏଲ ରାହୁଲ, ଡ୍ୱେନ ବ୍ରାବୋ ମଧ୍ୟ ମହଜୁଦ ଅଛନ୍ତି ।


ଇଭେଂଟ ପରେ ଡ୍ୱେନ ବ୍ରାବୋ ଚାମ୍ପଅନ ସଂଗ ଗାଇଥିଲେ । ଯେଉଁଥିରେ ଖେଳାଳୀ ମାନେ ଡ୍ୟାନ୍ସ କରିଥିଲେ ଏବଂ ବିରାଟ ଓ ଭଜ୍ଜି ମଧ୍ୟ ଡ୍ୟାନ୍ସ କରୁଥିବା ନଜର ଆସିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କ ପଛରେ ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି ସେମାନେ ମଧ୍ୟ ଡ୍ୟାନ୍ସ କରୁଥିବା ନଜର ଆସିଥିଲେ ।

ମାତ୍ର ଡ୍ୟାନ୍ସ କରିବା ସମୟରେ କିଛି ଏପରି ହୋଇଛି ଯାହାକୁ ଦେଖି କୋହଲି ଜୋର ଜୋର ହସିବାକୁ ଲାଗିଥିଲେ, ଏହାର କାରଣ ହେଉଛନ୍ତି ଭଜ୍ଜି । ଭଜ୍ଜି ନାଚୁଥିବା ସମୟରେ ବିରାଟଙ୍କ ନଜର ତାଙ୍କ ଉପରେ ପଡିଥିଲା ଯେଉଁକାରଣରୁ ସେ ଜୋର ହସିବାକୁ ଲାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More